ବିଶ୍ବରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ଏବେ ସାରା ଦେଶରେ ଚିନ୍ତା ବଢ଼ାଇଛି କରୋନା ଭାଇରସ୍ ର ଓମିକ୍ରନ୍ ଭାରିଆଣ୍ଟ | ତେବେ ବିଶ୍ୱରେ ଓମିକ୍ରନ୍‌ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଛି | ମୃତକ ବ୍ରିଟେନ ବାସିନ୍ଦା ହୋଇଥିବା ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଶ୍ଚିତ କରିଛନ୍ତି।

ବ୍ରିଟେନର ଜଣେ ବ୍ୟକ୍ତି କରୋନା ଭାଇରସ୍ ର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପଶ୍ଚିମ ଲଣ୍ଡନର ପ୍ୟାଡିଙ୍ଗଟନ୍ ନିକଟରେ ଏକ ଟିକାକରଣ କ୍ଲିନିକ୍ ପରିଦର୍ଶନ ସମୟରେ କହିଛନ୍ତି।

ଉଲ୍ଲେଖ ଥାଉ କି ଏହି ପ୍ରଜାତି ଭାରତରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏପର୍ଯ୍ୟନ୍ତ ମୋଟ ୪୧ ଟି ମାମଲା ରିପୋର୍ଟ ହୋଇଛି | ବର୍ତ୍ତମାନ ସରକାର ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖର ବିଷୟ। ଅନେକ ଲୋକ ଓମିକ୍ରନ୍ ହେତୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି|

Related Posts