ମିଶ୍ରଙ୍କୁ ମକରା କଲା କିଏ? ଆରୋରା ନା ଶର୍ମା?

୩ ଡାଇରେକ୍ଟର ଙ୍କ ପାଇଁ OPTCL ରେ ନାଟ

ଭୁବନେଶ୍ୱର ୦୨.୦୯.୧୯ ( ସତ୍ୟପାଠ ବ୍ୟୁରୋ); 5-T ଥିଓରୀ ଆଳରେ ଆଇଏସ୍ ବାବୁ ମାନେ ବଢିଆ ସାଇଡ୍ ମାରୁଛନ୍ତି ମନ୍ତ୍ରୀମାନଙ୍କୁ। ଏହାର ସଦ୍ୟତମ ଦୃଷ୍ଟାନ୍ତ ହେଲା, ସାଧାରଣ ଉଦ୍ୟୋଗ ବିଭାଗର ସଚିବ ବିଜୟ ଅରୋରା ଓ ଶକ୍ତି ବିଭାଗର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ନବୀନ ବାବୁଙ୍କ 5-T ସୁତ୍ର ର ସତ୍ୟ ବନାମ ପ୍ରଚାର ର ଚିତ୍ରଟି ଯଦି କେହି ବାସ୍ତବରେ ଦେଖିବାକୁ ଆଗ୍ରହୀ ତା ହେଲେ ଶକ୍ତି ବିଭାଗ ବିଶେଷ କରି Odisha Power Transmission Corporation Limited ବା OPTCL ଉପରେ ନଜର ପକାଇଲେ ପୁରା ଚିତ୍ର ଅତି ସହଜରେ ବୁଝିଯାଇହେବ। ୪ ଜଣ ଅବସରପ୍ରାପ୍ତ ଡାଇରେକ୍ଟର ଙ୍କୁ ପୁଣିଥରେ ଥଇଥାନ କରିବାକୁ ଯାଇ ଗଳାବାଟ ଖୋଜିବା ଓ ଯଦି କିଏ ଆଇନ୍ କାନୁନ ର କଥା କହିଲା ତାକୁ ମକରା ବନେଇବା। ଗତ ଜୁଲାଇ ମାସ ୧୯ ତାରିଖରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସାଧାରଣ ଉଦ୍ୟୋଗ ବିଭାଗର ପ୍ରିନସିପାଲ୍ ସେକ୍ରେଟାରୀ ବିଜୟ ଆରୋରାଙ୍କୁ ଚିଠି ଲେଖି ଗତ ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାଳ ସରିଥିବା OPTCL ର ଏଚ ଆର୍ ଡାଇରେକ୍ଟର ରାଜେନ୍ଦ୍ର କୁମାର ସେନାପତିଙ୍କ ବାବଦରେ ଗୁରୁତର ଅଭିଯୋଗ ଆଣିଥିଲେ। ଏପରିକି କେଉଁ କେଉଁ ବ୍ୟକ୍ତି ସଂପୃକ୍ତ ସେନାପତିଙ୍କ ନାମରେ ଅଭିଯୋଗ କରିଛନ୍ତି ସେମାନଙ୍କର ସମସ୍ତ ତଥ୍ୟ ପ୍ରମାଣ ସହ ସଚିବ ବିଜୟ ଅରୋରାଙ୍କୁ ଚିଠି ଲେଖି ଜଣାଇଥିଲେ। ଏପରିକି ତାଙ୍କୁ ପୁନଃ ଥଇଥାନ କରା ନ ଯିବାକୁ ରୋକଠୋକ କହିଦେଇଥିଲେ। ଆଶ୍ଚର୍ଯ୍ୟର କଥା ଦିବ୍ୟ ଶଙ୍କର ଚିଠି ଲେଖିବାର ଠିକ୍ ମାସେ ପରେ ଅର୍ଥାତ୍ ଗତ ୨୨ ଅଗଷ୍ଟ ରେ ସାଧାରଣ ଉଦ୍ୟୋଗ ବିଭାଗ ସଚିବ ବିଜୟ ଆରୋରା ମନ୍ତ୍ରୀ ଦିବ୍ୟ ଶଙ୍କର ଆପତ୍ତି ଉଠାଇଥିବା ରାଜେନ୍ଦ୍ର ସେନାପତିଙ୍କ ସମେତ ଆଉ ତିନି ଜଣ ଡାଇରେକ୍ଟର ଙ୍କୁ ପୁନଃ ଥଇଥାନ ପାଇଁ ସରକାରୀ ନିର୍ଦ୍ଦେଶନାମା ଟିଏ ଜାରି କରିଦେଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ବାକି ତିନି ଜଣ ଡାଇରେକ୍ଟରଙ୍କ ନାମରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ପତ୍ର ଲେଖାଯାଇଛି। ଓ ସେମାନଙ୍କୁ କାହିଁକି ଅବସର ପରେ ରଖାଯାଇଛି ଓ ପୁଣି extension ଦିଆଗଲେ ଏହା କିଭଳି ଏକ ଖରାପ୍ ଉଦାହରଣ ସୃଷ୍ଟି କରିବ ସେନେଇ ବହୁ ଲିଖିତ ଅଭିଯୋଗ ଓ ସ୍ମାରକପତ୍ର ରାଜ୍ୟପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦିଆଯାଇଛି ତା ସତ୍ବେ ଏହି ୪ ଡାଇରେକ୍ଟର ଙ୍କ extension ବାବଦରେ ବିଜୟ ଆରୋରାଙ୍କ ୨୨ ତାରିଖରେ ଚିଠି ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ଏ ନିଷ୍ପତ୍ତି ଏକାକୀ ଆରୋରାଙ୍କର ନୁହଁ ତେବେ ଯେଉଁ PSEB ବୈଠକରେ ନିଷ୍ପତ୍ତି ନିଆଗଲା ସେଠି ମନ୍ତ୍ରୀ ମିଶ୍ର ଙ୍କ ଚିଠି ଓ ଅନ୍ୟ ଡାଇରେକ୍ଟର ଙ୍କ extension କିଭଳି ସରକାରଙ୍କ ନିଜସ୍ଵ ନୀତି ର ବିରୁଦ୍ଧାଚରଣ କରୁଛି ସେ ବାବଦରେ ସଚିବ ଆରୋରା କମିଟି କୁ ଅବଗତ କରାଇଥିଲେ ନା ନାହିଁ? ଅନ୍ୟପଟେ ପୂର୍ବତନ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ଭୂମିକା ମଧ୍ୟ ବିବାଦରେ। ବିଭାଗରୁ ଯାଉ ଯାଉ ୪ ଡ଼ାଇରେକ୍ଟର ଙ୍କଏଭଳି ବିବାଦୀୟ extension ବାବଦରେ ସ୍ଵୀକୃତି ସେ ଦେବା ପଛର କାରଣ କଣ?

ପୁରା ନାଟକର ପୃଷ୍ଠଭୂମି

ରାଜ୍ୟ ବିଦ୍ୟୁତ କ୍ଷେତ୍ରର ତିନି ପ୍ରମୁଖ ନିଗମ ହେଲା ଓଡିଶା ଶକ୍ତି ସଂଚାରଣ ନିଗମ ( OPTCL) , ଓଡିଶା ଜଳବିଦ୍ୟୁତ ନିଗମ (OHPC) ଓ ବିଦ୍ୟୁତ କିଣା ବିକା କରୁଥିବା ( GRIDCO) . ଏହି ସଂସ୍ଥା ଗୁଡିକର ପରିଚାଳନା ଭାର ପରିଚାଳନା ନିର୍ଦେଶକ ( CMD) ଓ ନିର୍ଦେଶକ ( DIRECTOR) ମାନଙ୍କ ଉପରେ ନ୍ୟସ୍ତ ଥାଏ। ଏମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦିଅନ୍ତି। IAS ଅଫିସର ମାନେ CMD ହେଉଥିଲାବେଳେ Director ମାନେ ଖୋଲା ବିଜ୍ଞ୍ୟାପନ ମାଧ୍ୟମରେ ନିଯୁକ୍ତି ପାଆନ୍ତି। ଏବେ କିନ୍ତୁ ସେଥିରେ ଘୋର ବ୍ୟତିକ୍ରମ ଦେଖାଯାଇଛି। କିଛି ନିର୍ଦେଶକ 60 ବର୍ଷ ପରେ ଅବସର ନେଲା ପରେ ମଧ୍ୟ ,ନିର୍ଦେଶକ ପଦବୀ ଛାଡୁନାହାଁନ୍ତି ଓ ପୁନନିଯୁକ୍ତି ପାଇ ଚାଲିଛନ୍ତି। ବିଦ୍ୟୁତ ବିଭାଗର କାର୍ଯ୍ୟକୁସଲତା ନ କହିଲେ ଭଲ। ବିଦ୍ୟୁତ କାଟ, ବିଦ୍ୟୁତ ବିଭ୍ରାଟ ଓ ଲୋ ଭୋଲ୍ଟେଜ ନିତିଦିନିଆ କଥା। GRIDCO ର ଆର୍ଥିକ ଦୁରାବସ୍ଥା ସମସ୍ତଙ୍କୁ ଜଣା। ବିଦ୍ୟୁତ ଯୋଗାଣ କମ୍ପାନୀ ମାନେ ପ୍ରାୟ 9000 କୋଟି ଟଙ୍କା ବାକି ରଖିଛନ୍ତି। ଯୋଗାଣ କଂପାନୀ ମାନଙ୍କର ଆର୍ଥିକ ପରିଚାଳନା ଦକ୍ଷତା ଦିନକୁ ଦିନ ରସତଲଗାମୀ ହେଉଛି । କିନ୍ତୁ GRIDCO , OPTCL ର Finance Director ଓ Nesco , Wesco ଓ Southco ର ମୁଖ୍ୟପରିଚାଳକ ଦାୟିତ୍ୱରେ ଥିବା ବିଭୁ ପ୍ରସାଦ ମହାପାତ୍ର ଅବସର ପରେ ଦ୍ଵିତୀୟ ଥର ପାଇଁ ପୁନନିଯୁକ୍ତି ପାଇବାକୁ ଯାଉଛନ୍ତି।

ସେହି ପରି Southco ପରିଚାଳନା ଦାୟିତ୍ୱରେ ଥିବା OPTCL Director Project ରାଧାରମନ ପଣ୍ଡା ଓ Wesco ପରିଚାଳନା ଦାୟିତ୍ୱରେ ଥିବା OPTCL Director Operation ଉତ୍ତମ ସାମଲ ମଧ୍ୟ ଦ୍ଵିତୀୟ ଥର ପୁନଃ ନିଯୁକ୍ତି ଦୌଡ଼ ରେ ଅଛନ୍ତି। Southco ଓ wesco ଭଳି ନିଗମ ଗୁଡିକର ଦୟନୀୟ ଅବସ୍ଥା ତ ସମସ୍ତଙ୍କୁ ଜଣା, OPTCL ରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ଗୁଣାତ୍ମକ ମାନ ଉପରେ ମଧ୍ୟ ଘୋର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକଳ୍ପ ଗୁଡିକର ଠିକ୍ ଭାବରେ ତଦାରଖ କରାଯାଉନଥିବାରୁ ,କାର୍ଯ୍ୟ ସମ୍ପୂର୍ଣ ନକରି କଣ୍ଟ୍ରାକ୍ଟର ମାନେ ଖସି ଯାଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଫନି ବାତ୍ୟା ସମୟରେ ଗୋଟିଏ ଲାଇନ ର ( 220 କେଭି ପାଣ୍ଡିଆବିଲି- ସମଗରା ) ଏକାଦି କ୍ରମେ 70 ଟି ଟାୱାର ଭାଙ୍ଗି ପଡିଛି ଓ ଅଦ୍ୟାବଧି ଏହାର ପୁନରୂଧାର ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ।
ସରକାରଙ୍କ Public Enterprise ବିଭାଗ ନିୟମ ଅନୁଯାୟୀ director ଅବସର ନେବାର 6 ମାସ ପୂର୍ବରୁ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା କଥା। କିନ୍ତୁ ଏହା କରା ନଯାଇ ପ୍ରଥମେ 2019 ମାର୍ଚ୍ଚ ମାସରେ ଏ ତିନି ଜଣଙ୍କୁ 6 ମାସ ପାଇଁ ପୁନଃ ନିଯୁକ୍ତି ଦିଆଗଲା। ସେ ଅନୁସାରେ ଅଗଷ୍ଟ 31 ରେ ବିଭୁପ୍ରସାଦ ଓ ଉତ୍ତମ ଙ୍କ କାର୍ଯ୍ୟ କାଳ ସରିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ନୂଆ ନିର୍ଦେଶକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରି ନାହିଁ। ସେହିପରି ରାଧା ରମଣ ଙ୍କ କାର୍ଯ୍ୟ କାଳ ସରିବାକୁ ଆଉ ମାତ୍ର 3 ମାସ ବାକି ଥିଲେ ମଧ୍ୟ ,ଏ ପର୍ଯ୍ୟନ୍ତ ବିଜ୍ଞ୍ୟାପନ ବାହାରି ନାହିଁ ଏବଂ କାର୍ଯ୍ୟଦକ୍ଷତା ଉପରେ ଘୋର ପ୍ରଶ୍ନ ବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଅବସର ନେଲାପରେ ଦ୍ଵିତୀୟ ଥର ଲାଗି କାର୍ଯ୍ୟକାଳ ବୃଦ୍ଧି ପାଇଁ ଜୋରସୋରରେ ଯୋଜନା ଚାଲିଛି।ସମାନ ସ୍ତିତି ମଧ୍ୟ OHPC ରେ। ସେଠାରେ Director Operation ଓ Director Finance ଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଅକ୍ଟୋବର 2019 ରେ ସରିବ। ସେମାନେ ମଧ୍ୟ ଗତ ଏପ୍ରିଲ ରେ 60 ବର୍ଷ ପୂରଣ କରୁ ସାରି ଛନ୍ତି। ବର୍ଦ୍ଧିତ କାର୍ଯ୍ୟକାଲ ଆଉ ମାତ୍ର ଦୁଇ ମାସ ବାକି ଥିଲାବେଳେ ,ଏ ପର୍ଯ୍ୟନ୍ତ ନୂଆ ନିର୍ଦେଶକ ନିଯୁକ୍ତି ପାଇଁ ବିଜ୍ଞ୍ୟାପନ ବାହାରି ନାହିଁ । OHPC ର ଦକ୍ଷତା ନ କହିଲେ ଭଲ। 6 ଟି ଜଳ ବିଦ୍ୟୁତ କେନ୍ଦ୍ରର 31 ଟି ଜେନେରେଟର ମଧ୍ୟରୁ ପାଖାପାଖି 13 ଟି ଦୀର୍ଘଦିନ ହେବ ଅଚଳ ଅଛି। ଯାହା ଫଳରେ ବର୍ଷା ଦିନରେ ନଦୀରେ ପାଣି ବୋହି ଯାଉଥିଲେ ମଧ୍ୟ ବିଦ୍ୟୁତ ଉତ୍ପାଦନ ହୋଇପାରୁ ନାହିଁ।

ଏଥିରୁ ସ୍ପଷ୍ଟ ହେଉଛି , ବାରମ୍ବାର ନିୟମ ଭାଙ୍ଗି ,ଅପାରଗ ଲୋକଙ୍କୁ ଅବସର ପରେ ପୁନଃ ନିଯୁକ୍ତି ଦେବାର ଏକ ସୁଚିତିନ୍ତ ଯୋଜନା ଶକ୍ତି ବିଭାଗରେ ଚାଲିଛି। କିନ୍ତୁ ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ ଅବସର ପରେ ନିୟମ ଉଲଂଘନ କରି ବାରମ୍ବାର କାର୍ଯ୍ୟକାଳ ବୃଦ୍ଧି କରାଯାଉଛି Director ମାନଙ୍କର।

Related Posts