ପୁଣି ଏୟାରଷ୍ଟ୍ରାଇକ, ୫୦ କଏଦୀ ମୃତ

ସତ୍ୟପାଠ ବ୍ୟୁରୋ : ସାଉଦି ଆରବ ନେତୃତ୍ୱାଧୀନ ସେନା ୟେମେନର ଧାମର ଅଂଚଳରେ ଏକ ଏୟାର ଷ୍ଟ୍ରାଇକ କରିଛି | ଯେଉଁଥିରେ ଅତିକମରେ ୫୦ ଜଣ କଏଦୀଙ୍କର ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ମୁତାବକ ୟେମେନରେ ଥିବା ଜେଲ୍କୁ ଟାର୍ଗେଟ କରି ଆକାଶମାର୍ଗରୁ ବୋମା ମାଡ କରାଯାଇଥିଲା | ଯାହାଫଳରେ ୫୦ ଜଣ କଏଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା |

ତେବେ ବୋମା ମାଡ଼ରେ ଜେଲଟି ଭୁଶୁଡି ପଡ଼ିଥିବାରୁ ଆହୁରି ଅଧିକ କଏଦୀଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି | ଏଠାରେ ସୂଚନା ଥାଉ କି ହୂତି ବିଦ୍ରୋହୀଙ୍କ ଉପରେ ଏହି ଆକ୍ରମଣ କରାଯାଇଥିଲା | ହୂତି ବିଦ୍ରୋହୀ ଏକ ବିଶ୍ୱବିଦ୍ୟାଳୟକୁ ନିଜ ଅଧୀନକୁ ନେଇ ସେଠାରେ ବୀଜର କ୍ୟାମ୍ପ ଚଳାଉଥିଲେ |ଏହାପୂର୍ବରୁ ମଧ୍ୟ ସାଉଦି ଆରବ ଅଗଷ୍ଟ ୨୦ ତାରିଖରେ ଉତ୍ତର ୟେମେନରେ ଆକ୍ରମଣ କରିଥିଲା | ଯେଉଁଥିରେ ବିଦ୍ରୋହୀଙ୍କ ଅନେକ କ୍ୟାମ୍ପ୍କୁ ଧ୍ବଂସ କରାଯାଇଥିଲା |

Related Posts