ଓଏନଜିସିରେ ବଡଧରଣର ଅଗ୍ନିକାଣ୍ଡ : ୫ ଜୀବନ୍ତ ଦଗ୍ଧ

ସତ୍ୟପାଠ ବ୍ୟୁରୋ : ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ବା ଓଏନଜିସି ପ୍ଲାଣ୍ଟରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ଜଣଙ୍କ ପ୍ରାଣହାନୀ ହୋଇଛି । ଶୀତଳ ଭଣ୍ଡାରରେ ନିଆଁ ଲାଗିଥିବାରୁ ଆହତଙ୍କ ସଂଖ୍ୟା ସଠିକ ଭାବେ ଆକଳନ କରାଯାଇ ପାରିନି । ନଭି ମୁମ୍ବାଇରେ ଥିବା ଓନଜିସି ପ୍ଲାଣ୍ଟରେ ନିଆଁ ଲାଗିଥିବା ବେଳେ ନିଆଁର ଭୟାବହତାକୁ ଦେଖି ପ୍ଲାଣ୍ଟର ଆଖାପାଖ ଇଲାକାକୁ ଖାଲି କରାଯାଉଛି ।

ଦମକଳ ବାହିନୀ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ନିଆଁର ମାତ୍ରା ବଢ଼ୁଥିବା କୁହାଯାଉଛି । ପ୍ଲାଣ୍ଟର ଏଲପିଜି ଗ୍ୟାସ କାରଖାନାରେ ନିଆଁ ଲାଗିଥିବା ବେଳେ ଗ୍ୟାସ ପ୍ରୋସେସିଂଙ୍କୁ ଏବେ ବନ୍ଦ ରଖାଯାଇଛି ।

Related Posts