ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ପୁନେରେ ରିଅଲ ଇଷ୍ଟେଟ ବ୍ୟବସାୟୀ େକତନ ଅଗ୍ରୱାଲଙ୍କୁ ତାଙ୍କ ଭାବୀପନÒୀ ସିୟା ଗୋୟାଲ ପାହାଡ଼ରୁ ଠେଲି ହତ୍ୟା ଘଟଣାର ନୂଆ େମାଡ଼ ନେଇଛି। ମୁଣ୍ଡରେ କେଶ ନଥିବାରୁ କେତନଙ୍କୁ ସିୟା ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, କେତନଙ୍କ ମୁଣ୍ଡରେ କେଶ ନଥିବାବେଳେ ସେ ୱ଄ଗ ପିନ୍ଧୁଥିଲେ। ଏହା ସିୟା ଜାଣିବା ପରେ ତାଙ୍କୁ ପସନ୍ଦ କରୁ ନଥିଲେ ଏବଂ କେତନଙ୍କୁ ବିବାହ କରିବା ପାଇଁ ରାଜି ନଥିଲେ। ତେଣୁ ସେ ବିବାହ ତାରିଖ ଘୁଞ୍ଚାଇବା ସହ ପୁଣି ଥରେ ତାଙ୍କ ପୁରୁଣା ପୁରୁଷବନ୍ଧୁଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ। ପୋଲିସ ପଚରାଉଚରା େବଳେ ସିୟାକୁ ପ୍ରଶ୍ନ କରିଥିଲା ଯେ, ଏ ସମ୍ପର୍କରେ ଘର େଲାକଙ୍କୁ କାହିଁକି ଅବଗତ କରାଇ ନଥିଲ। ସିୟା ଏହାର ଉତ୍ତରରେ କହିଥିଲେ େଯ ମୁଁ ଏହି ବାହାଘରକୁ ମନା କରି ମୋ ବାପା, ମାଙ୍କୁ କଷ୍ଟ ଦେବାକୁ ଚାହଁୁ ନଥÒଲି। ତେଣୁ କେତନକୁ ରାସ୍ତାରୁ ହଟାଇବା ଏହାର ସହଜ ଉପାୟ ବୋଲି ଭାବି ଥିଲି। ତେଣୁ ସେହି ଅନୁସାରେ ଯୋଜନା ପ୍ରସ୍ତୁତ କରିଥିଲେ। କେତନ ପାହାଡ଼ ଟ୍ରାକିଂ କରୁଥିବା ସମୟରେ ତଳକୁ ଖସିି ପଡ଼ିବାରୁ ତାର ମୃତ୍ୟୁ ହୋଇଛି େବାଲି କହି ଅଘଟଣର ରୂପ େଦଇ େଦବି ବୋଲି ଭାବିଥିଲି। ଏପରିକି ସେଠାରେ କୌଣସି ସିସିଟିଭି ଫୁଟେଜ ନଥିବାରୁ ଏହା ସହଜରେ ସମସ୍ତେ ବିଶ୍ବାସ କରିବେ େବାଲି ମୋର ଭାବନା ଥିଲା। ଅପରପକ୍ଷରେ ଚେତନ-ସିୟାଙ୍କୁ ପୋଲିସ ସାମ୍ନାସାମ୍ନି ପଚରାଉଚରା େବଳେ ଉଭୟ ଉଭୟଙ୍କ ଉପରେ େଦାଷ ଲଦାଲଦି ହେଉଥିବା େପାଲିସ ସୂଚନା େଦଇଛି। ସିୟା େକତନକୁ ଧକ୍କା େଦଇଥିବା କଥା ଚେତନ କହୁଥିବା େବଳେ କେତନକୁ ଚେତନ ପାହାଡ଼କୁ େଠଲି େଦଇଥିବା କଥା ସିୟା ପୋଲିସ ଆଗରେ କହିଛି। ତେବେ ପୋଲିସ ଉଭୟଙ୍କ କଥାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।