ନୂଆଦିଲ୍ଲୀ :   ଖରାପ ବ୍ୟାଟିଂ ଓ ବୋଲିଂ କାରଣରୁ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପରେ ପରାସ୍ତ ହୋଇଛି । ପରାଜୟ ପରେ ଭାରତୀୟ ପ୍ରଶଂସକ ହତାଶ ଥିବା ବେଳେ ସମେତ ପାକିସ୍ତାନବାସୀ କିନ୍ତୁ ଖୁସି ମନାଉଛନ୍ତି ।ପାକ୍‌ର ବିଜୟ ପରେ ଇମରାନ ସରକାରଙ୍କ ମନ୍ତ୍ରୀ ସେଖ ରସିଦ ବିଷ ଓଗାଳିଛନ୍ତି । ଏହାସହ ଖେଳକୁ ଧର୍ମ ଆଧାରରେ ସେ ବିଭାଜନ କରିବାକୁ ଚାହିଁଛନ୍ତି ।

ସେ କହିଛନ୍ତି ଯେ, ଭାରତ ବିପକ୍ଷରେ ମ୍ୟାଚ୍ ଜିତିବା ଆର୍ଥ ଇସଲାମର ବିଜୟ । ଏଥିପାଇଁ ସାରା ବିଶ୍ୱର ମୁସଲିମଙ୍କୁ ଗର୍ବ କରିବା ଦରକାର । ସେ ମ୍ୟାଚକୁ ଗ୍ରାଉଣ୍ଡରେ ନ ଦେଖିପାରିଥିବାରୁ ସାମାନ୍ୟ ଦୁଃଖିତ ଅଛନ୍ତି । ଖେଳାଳିଙ୍କୁ ଶୁଭେଚ୍ଛା । ଦେଶବାସୀ ଖୁସି ମନାଇବା ପାଇଁ ରାସ୍ତାଘାଟରେ ଗାଡି ଚଳାଚଳ ବନ୍ଦ ହେଉ । ଏହା ତାଙ୍କ ପାଇଁ ଫାଇନାଲ ବୋଲି ସେ କହିଛନ୍ତି

ସେ ଆହୁରି କହିଛନ୍ତି ଯେ, ସାରା ବିଶ୍ୱର ମୁସଲମାନଙ୍କ ସମେତ ଭାରତୀୟ ମୁସଲମାନଙ୍କ ସମର୍ଥନ ପାକିସ୍ତାନ ପାଇଁ ଥିଲା । ସମସ୍ତ ମୁସଲମାନଙ୍କୁ ଅଭିନନ୍ଦନ ।

ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ନିଜ ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନଠୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୫୧ ରନ କରିଥିଲା । ଜବାବରେ ପାକିସ୍ତାନ ବିନା କୌଣସି ହରାଇ ୧୭.୫ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ପ୍ରଥମ ବଲରେ ଆଉଟ ହୋଇଥିଲେ । ଏହାପରେ କେଏଳ ରାହୁଲ ୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଉଭୟଙ୍କ ଓ୍ୱିକେଟ୍ ସାହିନ ଆଫ୍ରିଦି ନେଇଥିଲେ । ସାହିନ ନିଜର ୪ ଓଭରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍ ନେଇଥିଲେ ।