ବଲାଙ୍ଗୀର(ସତ୍ୟପାଠବ୍ୟୁରୋ) : ଆଜିର ଏଆଇ ଯୁଗରେ ବି ରାଜ୍ୟରେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଜାତିଆଣ ଭେଦଭାବ ଭଳି ଘୃଣ୍ୟ ପ୍ରଥା। କୌଣସି ପାପ କରି ନଥିଲେ କେବଳ ଅନ୍ୟ ଜାତିରେ ବିବାହ କରିଥିଲେ। ଏତିକି ମାତ୍ର ଥିଲା ଭୁଲ, ହେଲେ ଜୀବନ ସାରା ପରିବାର ଲୋକଙ୍କଠୁ ଅଲଗା ରହିବା ଭଳି ଦଣ୍ଡ ଭୋଗିଥିଲେ। ସବୁଠାରୁ ଦୁଃଖର ବିଷୟ ମୃତ୍ୟୁ ପରେ ବି କମି ନଥିଲା ଦଣ୍ଡ। ମୃତଦେହ କେହି ଛୁଇଁ ନଥିବାବେଳେ ସ୍ବେଚ୍ଛାସେବୀ କରିଥିଲେ ଶବ ସତ୍କାର। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ପାଟଣାଗଡ଼ ତୁଳସୀଡୁଙ୍ଗୁରି ଗାଁରେ। ଗାଁର ଅର୍ଜୁନ ବନଗୋଲା ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ମଧ୍ୟ ଗାଁ ଲୋକେ ତାଙ୍କ ମୃତ ଦେହ ଛୁଇଁ ନଥିଲେ। ଏପରିକି ସେହି ଗାଁରେ ତାଙ୍କ ଶଶ୍ବର ଘର ହୋଇଥିଲେ ମଧ୍ୟ ଶଶ୍ବର ଘର ଲୋକେ ମଧ୍ୟ ଆସିନଥିଲେ । ଫଳରେ ଶବ ସତ୍କାର ନହୋଇ ପଡ଼ି ରହିଥିଲା। ପରେ କିଛି ସମାଜସେବୀ ଏବଂ ସାମ୍ବାଦିକ ଏବଂ ଆଇନଜୀବୀ ପହଞ୍ଚି ଶବ ସତ୍କାର କରିଛନ୍ତି ।
