ପୁରୀ(ସତ୍ୟପାଠବ୍ୟୁରୋ) : ରଥଯାତ୍ରା ବେଳେ ପୁରୀ ମରିଚକୋଟ ନିକଟରେ ଠେଲାପେଲା ହୋଇଥିବା ଜଣାପଡ଼ିଛି। ଏହି ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତର ମୃତ୍ୟୁ ଘଟିଛି। ମୃତ ଭକ୍ତ ଜଣକ ହେଲେ କଟକର ଅନିଲ ଦାସ। ଏହାଛଡ଼ା ୧୫୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ଠେଲାପେଲାବେଳେ ଅଣନିଃଶ୍ବାସୀରୁ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ପୁରୀ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି। ଅସଂଖ୍ୟ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ସାଜିଛି। ଠାକୁରଙ୍କୁ ଦେଖିବା ପାଇଁ ମରିଚକୋଟ ନିକଟରେ ଭିଡରେ ଅଣନିଃଶ୍ବାସୀ ହୋଇ ଅନିଲ ତଳେ ପଡିଯାଇଥିଲେ। ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
