ରାମ ମନ୍ଦିର ଭଳି ହେବ ରେଳ ଷ୍ଟେସନ: ସୂଚନା ଦେଳେ ରେଳ ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଭୂମିପୂଜନ ହେବ । ଏଥି ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଏଠାରେ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ରେଳବାଇ ମଧ୍ୟ ପ୍ରସ୍ତୁତ ହୋଇଛି । ରେଳବାଇ ରେଳଷ୍ଟେସନ ସଂପର୍କରେ ସୂଚନା ଦେଇଛି । ନୂଆ ରେଳଷ୍ଟେସନରେ ଅତ୍ୟାଧୁନିକ ସୁବିଧା ରହିବ । ଏହା ରାମ ମନ୍ଦିର ଭଳି ନିର୍ମାଣ ହେବ । ଏହି ଷ୍ଟେସନର ପ୍ରଥମ ପର୍ଯ୍ୟାୟର କାମ ୨୦୨୧ ଜୁନ ମଧ୍ୟରେ ଶେଷ ହେବ । ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ଦିଆଯିବ ।

ଉତ୍ତର ରେଳବାଇର ମହାପ୍ରବନ୍ଧକ ରାଜୀବ ଚୌଧୁରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ଲାଟଫର୍ମ ୧, ୨, ସିଡି କାମ ହେବ । ଷ୍ଟେସନର ନିର୍ମାଣକୁ ୨୦୧୭-୧୮ରେ ମଂଜୁରୀ ମିଳିଥିଲା । ଏହାକୁ ନିର୍ମାଣ କରିବାରେ ୧୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେ କହିଛନ୍ତି ଯେ, ଆଗାମୀ ଜୁନ ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ନିର୍ମାଣ କାମ ଶେଷ ହେବ ।

ଚୌଧୁରୀ କହିଛନ୍ତି, ଭଗବାନ ରାମଙ୍କ ପବିତ୍ର ଜନ୍ମମାଟିରେ ଅଯୋଧ୍ୟା ସହରର ଆଧ୍ୟାତ୍ମିକ ମହତ୍ୱ ରହିଛି ଏବଂ ଭବିଷ୍ୟତରେ ଏହି ଗୁରୁତ୍ୱକୁ ଦୃଷ୍ଟିରେ ରଖି ରେଳବାଇ ଅଯୋଧ୍ୟା ରେଳ ଷ୍ଟେସନକୁ ଆଧୁନିକୀକରଣ କରୁଛି । ନୂଆ ଅଯୋଧ୍ୟା ରେଳ ଷ୍ଟେସନର ଡିଜାଇନରେ ମନ୍ଦିର ସ୍ୱରୂପକୁ ଦୃଷ୍ଟିରେ ରଖି ଗୁବନ୍ଦ, ଶିଖର, ସ୍ତମ୍ଭକୁ ସାମିଲ କରାଯାଇଛି । ନିର୍ମାଣ କାର୍ଯ୍ୟ ପୂରା ହେବା ପରେ ଏହା ଏକ ଲକ୍ଷ ବର୍ଗ ଫୁଟ ଷ୍ଟେସନ ହେବ ।

ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ କରିଛନ୍ତି, ରାମ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଲାଗି ରେଳବାଇ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅଯୋଧ୍ୟା ଷ୍ଟେସନର ପୁନର୍ବିକାଶ କରୁଛି । ସେ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଷ୍ଟେସନ ଭବନର ନିର୍ମାଣ ହେବ । ଷ୍ଟେସନର ମରାମତି କାର୍ଯ୍ୟ, ଟିକେଟ କାଉଣ୍ଟର ସଂଖ୍ୟା ବୃଦ୍ଧି ହେବ । ସେହିଭଳି ଯାତ୍ରୀ ପ୍ରତୀକ୍ଷାଗାର ସଂଖ୍ୟା ବଢ଼ିବ । ୩ଟ ଏସି ଶୌଚାଳୟ ନିର୍ମାଣ, ୧୭ ଶଯ୍ୟା ବିଶିଷ୍ଟ ପୁରୁଷ ଡର୍ମିଟୋରୀ, ୧୦ ଶଯ୍ୟାର ମହିଳା ଡର୍ମିଟୋରୀ ରହିବ । ଏଥି ସହିତ ଅନ୍ୟ ଅତ୍ୟାଧୁନିକ ସୁବିଧା ରହିବ ।

 

Related Posts