ରାଜନଗରରେ ରାଜନୈତିକ ହିଂସା: ଦୁଇ ଗୋଷ୍ଠୀ ସମର୍ଥକ ମୁହାଁମୁହିଁ ହୋଇ ୬ ଆହତ

ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ମଧ୍ୟରେ ରାଜନୈତିକ ହିଂସା ମଧ୍ଯ ବଢିବାକୁ ଲାଗୁଛି । ରାଜନଗରରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଶାସକ ଦଳ ବିଜେଡି-କଂଗ୍ରେସ ଉଭୟ ଗୋଷ୍ଠୀର ସମର୍ଥକ ମୁହାଁମୁହିଁ ହୋଇଛନ୍ି । ଫଳରେ ଉଭୟ ଗୋଷ୍ଠୀରୁ ୬ ଜଣ ଆହତ ହୋଇଛନ୍ତି। ଅଭିଯୋଗ ମୁତାବକ ରାଜନଗର ବ୍ଲକ ଚାନ୍ଦିବାଉଁଶ ମୂଳ ପଂଚାୟତ ବାହାରଗଡ଼ ଗାଁର ସନ୍ତୋଷ କୁମାର ମହାକୁଡ ଗାଁ ଦାଣ୍ଡରେ ଯାଉଥିବା ବେଳେ ସେହି ଗାଁର କିଛି ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଉପରେ ଆକ୍ରମଣ କରିଥିଲେ । ସନ୍ତୋଷଙ୍କ କହିବା କଥା ମୁଁ ବିଜେଡିର ଜଣେ କର୍ମୀ ହୋଇଥିବାରୁ କଂଗ୍ରେସ କର୍ମୀମାନେ ମିଳିମିଶି ମୋ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଗୋଷ୍ଠୀ ସଂଘର୍ଷରେ ମୋଟ ୬ ଜଣ ଆହତ ହୋଇଥିବା ବେଳେ ୨ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଳାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Related Posts