ରାଜ୍ୟରେ କମୁଛି ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩ ହଜାର ୬୨୯ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦୋଳି ଖେଳୁଛି କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩ ହଜାର ୬୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୧୫ କିଶୋର କିଶୋରୀ ରହିଥିବା ବେଳେ ୨୧୧୫ କ୍ବାରେଣ୍ଟାଇନ ସେଣ୍ଟର ଓ ୧୫୧୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୮୯, ବାଲେଶ୍ବରରୁ ୧୧୧, ବରଗଡରୁ ୭୧, ଭଦ୍ରକରୁ ୪୫, ବଲାଙ୍ଗୀରରୁ ୯୧, ବୌଦ୍ଧରୁ ୮୦, କଟକରୁ ୩୨୯, ଦେବଗଡରୁ ୬୮, ଢେଙ୍କାନାଳରୁ ୫୫, ଗଜପତିରୁ ୫୬, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୩୭, ଝାରସୁଗୁଡାରୁ ୫୧, କଳାହାଣ୍ଡିରୁ ୮୫, କନ୍ଧମାଳରୁ ୪୭, କେନ୍ଦ୍ରାପଡାରୁ ୧୪୯, କେନ୍ଦୁଝରରୁ ୪୪, କୋରାପୁଟରୁ ୩୧, ମାଲକାନଗିରିରୁ ୨୩, ମୟୂରଭଞ୍ଜରୁ ୧୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ନବରଙ୍ଗପୁରରୁ ୯୦, ନୟାଗଡରୁ ୧୧୮, ନୂଆପଡାରୁ ୭୦, ପୁରୀରୁ ୫୩, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୦୧, ସୋନପୁରରୁ ୩୫, ସୁନ୍ଦରଗଡରୁ ୩୪୬ ଓ ଷ୍ଟେଟପୁଲରୁ ୧୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୫୯,୪୦୫ରେ ପହଞ୍ଚିଛି

Related Posts