ଆଜି ରାଷ୍ଟ୍ରୀୟ ମହିଳା ଆୟୋଗର ୩୦ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ । ଦିଲ୍ଲୀରୁ ଅପରାହ୍ନ ୪ଟା ୩୦ ମିନିଟ ସମୟରେ ଭିସି ଯୋଗେ ସମ୍ବୋଧିତ କରିବେ ପିଏମ ।
ତେବେ ଆୟୋଜିତ କାର୍ଯ୍ୟକ୍ରମର ଥିମ ରହିଛି ସି ଦ ଚେଞ୍ଜମେକର । ବିଭିନ୍ନ କ୍ଷେତ୍ରରେ କିର୍ତ୍ତୀ ଅର୍ଜନ କରିଥିବା ମହିଳାମାନେ ଏଥିରେ ସାମିଲ ହେବେ । ଏହାସହ ରାଜ୍ୟ ମହିଳା ଆୟୋଗ, ମହିଳା ଓ ଶିଶୁ ବିକାଶ ବିଭାଗ, କଲେଜ ଛାତ୍ରୀ, ସ୍ବେଚ୍ଛାସେବୀ ସଂଗଠନ, ମହିଳା ଉଦ୍ୟୋଗୀମାନେ ମଧ୍ୟ ଏଥିରେ ସାମିଲ ହେବେ । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉପସ୍ଥିତ ରହିବେ।
