ରାସ୍ତାକଡରେ ଛିଡା ହେବା ହେଲା କାଳ, ଦୃତଗାମୀ କାର ଧକ୍କାରେ 4 ମହିଳା ଶ୍ରମିକ ମୃତ

ତେଲେଙ୍ଗାନାର କରିମ ନଗର ଅଞ୍ଚଳରେ ଘଟିଛି ଏକ ବଡ଼ ସଡ଼କ ଦୁର୍ଘଟନା । ରାସ୍ତାକଡରେ ଛିଡା ହୋଇଥିବା ମହିଳା ଶ୍ରମିକଙ୍କ ଉପରେ ମାଡ଼ି ଯାଇଛି ଦୃତଗାମୀ କାର । ଫଳରେ ଘଟଣାସ୍ଥଳରେ ୪ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ତେବେ ଦୁର୍ଘଟଣା ଘଟାଇଥିବା କାରଟି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛି । ହାଇଦ୍ରାବାଦ ଆସିଷ୍ଟାଣ୍ଟ ପୋଲିସ୍ କମିଶନର ଟି. ଶ୍ରୀନିବାସ ରାଓ କହିଛନ୍ତି ଯେ ଦୃତ ଗତିରେ କାରଟି ଥିବାରୁ ଏପରି ଅଘଟଣ ଘଟିଛି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୪ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୬ ମଧ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କାରରେ ଥିବା କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡିଟିକୁ ଚିହ୍ନଟ କରି ମାଲିକକୁ ନୋଟିସ ମଧ୍ୟ କରିଛି । ପୂର୍ବରୁ ମଧ୍ୟ ଏହି କାର ଏକାଧିକ ଟ୍ରାଫିକ ନିୟମ ଉଲଙ୍ଘନ ଓ ଦୁର୍ଘଟଣା ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

Related Posts