ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ

ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ | ଫଳରେ ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି | ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆଯାଇଛି।

ବୋମା ବିସ୍ଫୋରଣ‌ ପରେ ଅଦାଲତରେ ସମସ୍ତ ବିଚାର କାର୍ଯ୍ୟ ବାତିଲ କରାଯିବା ସହ ସବୁ ଫାଟକ ବନ୍ଦ କରିଦିଆଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

କୋର୍ଟରୁମ୍‌ ୧୦୨ରେ ଗୋଟାଏ ଲାପ୍‌ଟପ୍‌ ବିସ୍ଫୋରଣ ହୋଇଥିବା କଥା ପ୍ରଥମେ ଧରିନିଆଯାଇଥିଲେ ବି ଦିଲ୍ଲୀ ପୁଲିସର ବିଶେଷସୂତ୍ର ସୁନିଶ୍ଚିତ କରିଛି ଯେ, ତାହା ଥିଲା ନିମ୍ନ-ତୀବ୍ରତା ସମ୍ପନ୍ନ ବୋମା ବିସ୍ଫୋରଣ। ଘଟଣାସ୍ଥଳରୁ ଗୋଟାଏ ‘ଆଇଇଡି’ ଏବଂ ଟିଫିନ୍‌ ଭଳି ଜିନିଷ ଉଦ୍ଧାର କରାଯାଇଛି।

Related Posts