ଶିବାଜୀ ପାର୍କରେ ନିର୍ମାଣ ହେବ ଲତା ଦିଦିଙ୍କ ସ୍ମାରକୀ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଆରପାରିକୁ ତଥା ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ସୁରସମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେଶକର | ତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ, ତାଙ୍କ ଗୀତ ମାଧ୍ୟମରେ ସେ ଆମ ସମସ୍ତଙ୍କ ଗହଣରେ ଜୀବିତ ହୋଇ ରହିବେ | ଏସବୁ ଭିତରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରିବାକୁ ଦାବି ଉଠିଛି। ଶିବାଜୀ ପାର୍କରେ ଲତା ଦିଦିଙ୍କ ସ୍ମାରକୀ ନିର୍ମାଣ କରିବାକୁ ବିଜେପି ବିଧାୟକ ରାମ କଦମ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି।

ରବିବାର ୮.୧୨ରେ ଲତା ଦିଦିଙ୍କ ଦେହାନ୍ତ ହୋଇଥିଲା। ଏହାପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ମହାରାଷ୍ଟ୍ରର ଶିବାଜୀ ମୈଦାନ(ଶିବାଜୀ ପାର୍କ)ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମୟରେ ଉପସ୍ଥିତ ରହି କୋକିକଳ କଣ୍ଠୀ ଲତା ମଙ୍ଗସେକରଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। ଉକ୍ତ ସ୍ଥାନରେ ଲତା ଦିଦିଙ୍କ ସ୍ମାରକୀ ନିର୍ମାଣ କରିବାକୁ ବିଧାୟକ ରାମ କଦମ ଅନୁରୋକ କରିଛନ୍ତି।

ସେ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଚିଠିରେ କହିଛନ୍ତି ଯେ “ଦିବଗଂତ ଭାରତ ରତ୍ନ ଲତା ଦିଦିଙ୍କ ଅନ୍ତିମ ସଂସ୍କାର ମୁମ୍ବାର ଦାଦରରେ ଥିବା ଶିବାଜୀ ମୈଦାନରେ ରାଜକୀୟ ସମ୍ମାନର ସହ ଶେଷ ହୋଇଥିବା ଆପଣ ଜାଣିଛନ୍ତି। କୋଟି କୋଟି ପ୍ରଶଂସକ, ସଂଗୀତ ପ୍ରେମୀ ଓ ଲତା ଦିଦିଙ୍କ ଶୁଭଚିନ୍ତକଙ୍କ ତରଫରୁ ମୋର ଆପଣଙ୍କୁ ଅନୁରୋଧ ଯେ ଭାରତ ରତ୍ନ ଲତା ଦିଦିଙ୍କ ସ୍ମାରକୀ ଶିବାଜୀ ପାର୍କରେ ତିଆରି କରାଯାଉ।

ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଲତା ମଙ୍ଗେସକରଙ୍କ ସମ୍ମାନରେ ଦୁଇ ଦିନ ଯାଏଁ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଆଜି ମହାରାଷ୍ଟ୍ରରେ ଶୋକ ଦିବସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ସ୍କୁଲ କଲେଜ ସମେତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । ତେଣୁ ଆଜିଠୁ ଆରମ୍ଭ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମୀକ୍ଷା ବୈଠକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

Related Posts