ରାଜ୍ୟରେ କୋହଳ ହେବ ପଂଚାୟତ ନିର୍ବାଚନ ପ୍ରଚାର କଟକଣା ! ରାଜ୍ୟ ନିର୍ବାଚନ କମିଶନ ଡାକିଲେ ବୈଠକ

ରାଜ୍ୟରେ ଏବେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଓ ଅନ୍ୟପଟେ ନିର୍ବାଚନ ନେଇ କରୋନା କଟକଣା କୋହ୍ଲ ହେବାକୁ ନେଇ ଆଶା ଆଶଙ୍କା ଦେଖା ଦେଇଛି | ଅନେକ ରାଜନେତା ମାନେ କଟକଣା କୋହ୍ଲ କରିବା ନେଇ ଦାବି କରୁଛନ୍ତି | ଏହାରି ମଧ୍ୟରେ କେମିତି ଚାଲିଛି ପଂଚାୟତ ନିର୍ବାଚନ ପ୍ରସ୍ତୁତି ସେନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ୍ । ସରକାରୀ ସୂତ୍ରରୁ ଜଣାପଡିଛି ଯେ, ପ୍ରଚାର କଟକଣା କୋହଳ ପ୍ରସଙ୍ଗ ଏଜେଣ୍ଡାରେ ସ୍ଥାନ ପାଇଛି । ଆଶା କରାଯାଉଛି ବଡ ରାଲି, ରୋଡ ଶୋ କିମ୍ବା ବିଶାଳ ସମାବେଶ ଉପରେ କଟକଣା ରହିପାରେ ।

କିନ୍ତୁ ଛୋଟ ଛୋଟ ଶୋଭାଯାତ୍ରା ଓ ସଭା, ସମିତିକୁ ଅନୁମତି ଦେଇପାରନ୍ତି ନିର୍ବାଚନ କମିଶନ୍ । ଏପରିକି ଘରକୁ ଘରି ବୁଲି ପ୍ରାର୍ଥୀଙ୍କ ପ୍ରଚାର ବେଳେ ସୀମିତ ଥିବା ଲୋକସଂଖ୍ୟା ବୃଦ୍ଧି ହୋଇପାରେ । ଗତ ଜାନୁଆରୀ ଗାଇଡଲାଇନରେ ପ୍ରାର୍ଥୀଙ୍କୁ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଥିଲା । ରୋଡ ଶୋ, ବାଇକ ଓ ସାଇକେଲ ରାଲି କିମ୍ବା ପଦଯାତ୍ରା ଉପରେ ସଂପୂର୍ଣ୍ଣ କଟକଣା ଲଗାଇଥିଲେ ନିର୍ବାଚନ କମିଶନ୍ । ଏହାକୁ ଫେବ୍ରୁଆରୀ ୨୮ ଯାଏଁ ବଳବତର ରଖିଥିଲେ ।

ପ୍ରାର୍ଥୀଙ୍କ ସହ ସର୍ବାଧିକ ୫ ଜଣ ଘରକୁ ଘର ବୁଲି ପ୍ରଚାର କରିପାରିବେ ବୋଲି କଟକଣା ଲଗାଇଥିଲେ । ହେଲେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ କଟକଣାକୁ କୋହଳ କରିଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । ଆବଦ୍ଧ କୋଠରୀରେ ୫୦ ପ୍ରତିଶତ ଓ ଖୋଲା ସ୍ଥାନରେ ୩୦ ପ୍ରତିଶତ କ୍ଷମତାରେ ସାଧାରଣ ସଭା ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ୍ ।

Related Posts