ଶିଳ୍ପାଙ୍କୁ ଉପହାର ଦେଲେ ପତି ରାଜ୍ କୁନ୍ଦ୍ରା, ଶିଳ୍ପାଙ୍କ ନାମରେ ମୁମ୍ବାଇର ୫ଟି ଫ୍ଲାଟ୍ କଲେ ଟ୍ରାନ୍ସଫର୍

ବ୍ୟବସାୟୀ ରାଜ୍ କୁନ୍ଦ୍ରା ନିଜ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ଉପହାର ଦେଇଛନ୍ତି | ତାଙ୍କ ନାମରେ ମୁମ୍ବାଇର ୫ଟି ଫ୍ଲାଟ୍ ଟ୍ରାନ୍ସଫର୍ କରିଛନ୍ତି । ସମ୍ପତ୍ତି କିଣାବିକା ଓ ବ୍ୟବସାୟ ଉପରେ ନଜର ରଖୁଥିବା ଏକ ୱେବସାଇଟ୍ ରୁ ଏହି ଖବର ମିଳିଛି ।

ପର୍ଣ୍ଣୋଗ୍ରାଫୀ ମାମଲା ଆସିବା ପରଠାରୁ ଉଭୟ ରାଜ୍ ଓ ଶିଳ୍ପା ସେଟ୍ଟୀ ବିବାଦ ଭିତରେ ଘେରି ହୋଇରହିଛନ୍ତି ।

ସୂଚନାଯେ, ରାଜ୍ କୁନ୍ଦ୍ରା ମୁମ୍ବାଇରେ ଥିବା ବଙ୍ଗଳା ‘କିନାରା’ର ଫାର୍ଷ୍ଟ ଫ୍ଲୋର୍ ପତ୍ନୀ ଶିଳ୍ପାଙ୍କ ନାମରେ କରିଛନ୍ତି । ଏଥିରେ ୫ଟି ଫ୍ଲାଟ୍ ରହିଛି । ଏହି ସମ୍ପତ୍ତିର ମୁଲ୍ୟ ୩୮.୫ କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି । ଏହି ବାଙ୍ଗଳା ସମୁଦ୍ର ତଟରୁ ପାଖାପାଖି ୩୦୦ ମିଟର୍ ଦୂରରେ ତିଆରି ହୋଇଛି । ତେବେ ସମ୍ପତ୍ତି ଟ୍ରାନ୍ସଫର୍ ସମ୍ପର୍କରେ ଦୁହେଁ କୌଣସି ସୂଚନା ଏପର୍ଯ୍ୟନ୍ତ ଦେଇନାହାନ୍ତି ।

ରାଜ୍ କୁନ୍ଦ୍ରା ଓ ଶିଳ୍ପାଙ୍କ ଜୁହୁ ବିଚ୍ ର ଗାନ୍ଧୀଗ୍ରାମ ରୋଡ୍ ରେ ଥିବା କିନାରା ବଙ୍ଗଳା ପ୍ରାୟ ୫,୯୫୫ ସ୍କୋୟାର୍ ଫୁଟ୍ ପର୍ଯ୍ୟନ୍ତ ବିସ୍ତୃତ ରହିଛି । ରିପୋର୍ଟ ମୁତାବକ, ଟ୍ରାନ୍ସଫର୍ ମାର୍କେଟ ଭାଲ୍ୟୁ ହିସାବରେ ଏହି ଅଞ୍ଚଳରେ ପ୍ରପର୍ଟି ର ଦାମ୍ ସ୍କୋୟାର୍ ଫଉଟ୍ ପିଛା ୬୫୦୦୦ ଟଙ୍କା । ମାର୍କେଟ ଭାଲ୍ୟୁ ହିସାବରେ ଶିଳ୍ପା ଏହି ଫ୍ଲାଟ୍ ପାଇଁ ୧.୯ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ପାଇଁ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ପର୍ଣ୍ଣୋଗ୍ରାଫୀ ମାମଲାରେ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଥିଲା । ହେଲେ ପରେ ଜାମିନ୍ ରେ ସେ ବାହାରକୁ ଆସିଥିଲେ । ତାଙ୍କ ବ୍ୟତୀତ ଅନେକ ସେଲେବ୍ ଙ୍କ ନାଁ ଏହି ମାମଲାରେ ଯୋଡ଼ି ହୋଇଥିଲା ଏବଂ ଶିଳ୍ପାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ।

Related Posts