ଶ୍ରୀମନ୍ଦିରରେ ଲଜ୍ୟା: ସେବାୟତଙ୍କ ନାଁରେ ଆସିଲା ଅଭିଯୋଗ

ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତଙ୍କ ନାଁ ରେ ଆସିଛି ଏକ ସଂଘିନ ଅଭିଯୋଗ । ଏକ ନାବଳକକୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ତାଙ୍କ ନାବାଳକ ପୁଅକୁ ସମ୍ପୃକ୍ତ ବରିଷ୍ଠ ସେବାୟତ ଯୌନ ନିର୍ଯ୍ୟାତନା ଦେଇ ଆସୁଥିବା ନେଇ ସେ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା ଅଭିଯୋଗକାରୀ ସେବାୟତ କହିଛନ୍ତି ।

ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀ ସେବାୟତ ଦୃଷ୍ଟିବାଧିତ ଅଟନ୍ତି । ଏଣୁ ତାଙ୍କ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ । ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି । ଦୁଇମାସ ତଳେ ନାବାଳକ ଜଣକ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡୀ ସାହିର ଲକ୍ଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ପ୍ରତିବାଦ କରିବାରୁ ଧମକ ମଧ୍ୟ ଦେଇଥିଲେ ।ଭୟଭୀତ ହୋଇ ପିଲାଟି ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ସେବାୟତ ଲକ୍ଷ୍ମୀନାରାୟଣ ଅସଦାଚରଣ ପ୍ରଦର୍ଶନ କରିଥିଲେ । ପିନ୍ଧିଥିବା ମକୁଟାକୁ ଖୋଲି ଅସଦାଚରଣ କରିବା ସହ ତାଙ୍କ କଥା ମାନିବାକୁ ବାଧ୍ୟ କରିଥିଲେ । ସେହି ଦିନଠାରୁ ନାବାଳକ ଜଣକ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଆସୁଛି । ଏ ସମ୍ପର୍କରେ ନାବାଳକର ସେବାୟତ ବାପା ଅଭିଯୋଗ କରିବା ସହ ଦୃଷ୍ଟିହୀନ ହୋଇଥିବାରୁ ନ୍ୟାୟ ଦାବି କରିଛନ୍ତି ଏବଂ ତଦନ୍ତରେ ସମ୍ପର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟକୁ ସେ ଦୃଢ଼ ନିନ୍ଦା କରିବା ସହ ନିଜ ପରିବାରର ସୁରକ୍ଷା ଲୋଡିଛନ୍ତି ଅଭିଯୋଗକାରୀ ।

Related Posts