ସ୍କୁଲ ଓ କଲେଜରେ ହେବ କରୋନା ଟେଷ୍ଟ: ନିର୍ଦ୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

କୋରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରମକୁ ନେଇ ବଢୁଛି ଚିନ୍ତା । ରାଜ୍ୟରେ ଓମିକ୍ରମ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସବୁ ସ୍କୁଲ ଓ କଲେଜରେ କୋରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(OSCPCR ) ।

ପ୍ରତି ସ୍କୁଲ-କଲେଜରେ କୋରୋନା ଟେଷ୍ଟିଂ ପାଇଁ OSCPCRଙ୍କ ନିର୍ଦ୍ଦେଶପ୍ରତି ସ୍କୁଲ-କଲେଜରେ କୋରୋନା ଟେଷ୍ଟିଂ ପାଇଁ OSCPCRଙ୍କ ନିର୍ଦ୍ଦେଶକେବଳ ଭୁବନେଶ୍ବରରେ ନୁହେଁ ସବୁ ଜିଲ୍ଲାରେ ଏଭଳି ପଦକ୍ଷେପ ଗ୍ରହଣ କରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଦିଆଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(OSCPCR ) ସୂଚନା ଦେଇଛି ।ରାଜ୍ୟବ୍ୟାପୀ ସୁପରଫାଷ୍ଟ ସ୍ପିଡରେ ଚାଲିଛି ଟୀକାକରଣ । ହେଲେ ଏ ଯାଏଁ ୧୮ ବର୍ଷରୁ କମ୍ ବୟସ୍କ ପିଲା ଟିକା ନେଇନାହାନ୍ତି । ସ୍କୁଲ-କଲେଜ ଖୋଲିବା ପରେ ସେମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତି ସ୍କୁଲ ଓ କଲେଜରେ ଟେଷ୍ଟିଂ ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

Related Posts