ଯାଜପୁର(ସତ୍ୟପାଠବ୍ୟୁରୋ) :  ଷଷ୍ଠୀ ପାଇଁ ମାଆ ବିରଜାଙ୍କର ପୀଠ ଚଳଚଞ୍ଚଳ । ଚାଲିଛି ମାଆଙ୍କ ଆବାହନି । ଉତ୍ସବ ମୁଖର ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ମାଆ ବିରଜାଙ୍କ ପୀଠ ଅନ୍ୟତମ । ନବରାତ୍ର ଅବସରରେ ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଗତକାଲି ରାତିରେ ମାଆଙ୍କ ପୀଠରେ ମହାପଞ୍ଚମୀ ଅବସରରେ ସୁନାବେଶ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଷୋଡ଼ଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦା ଠାରୁ ମାଆ ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି ।

ଅପରାହ୍ନରେ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା କାର୍ଯ୍ୟ ଅନୁଷ୍ଠିତ ହେବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।