ସଚ୍ଚିନ ମୋତେ ମାଆ ବୋଲି ଡାକେ: ଲତା ମଙ୍ଗେସ୍କର

sachin

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଭାରତୀୟ ଦଳର ମାଷ୍ଟର ବ୍ଲାଷ୍ଟର ସଚୀନ ତେନ୍ଦୁଲକରଙ୍କ ୪୮ତମ ଜନ୍ମ ଦିନରେ ଗାୟିକା ଲତା ମଙ୍ଗେସ୍କର ଶୁଭେଚ୍ଛା ଜଣାଇବା ସହ ସଚିନଙ୍କ ବିଷୟରେ କହିଛନ୍ତି । ସଚ୍ଚିନ ଓ ଲତା ଉଭୟ ବେଶ ନିକଟତର । ଲତା କହିଛନ୍ତି, ସଚିନ ମୋତେ ମା’ ବୋଲି ଡାକନ୍ତି ଏବଂ ସେ ମୋ ପୁଅ ପରି ଅଟନ୍ତି । ସଚ୍ଚିନ ଓ ତାଙ୍କ ପତ୍ନୀ ମୋର ବହୁତ ଯତ୍ନ ନିଅନ୍ତି । ଏହା ସହ କହିଛନ୍ତି, ସେ ମୋ ଗୀତକୁ ବହୁତ ଭଲ ପାଆନ୍ତି । ସଚ୍ଚିନ ଯେତେବେଳେ କ୍ରିକେଟ ଦୁନିଆରୁ ଅବସର ନେଲେ ସେ ଅତ୍ୟନ୍ତ ଦୁଃଖିତ ଥିଲେ । ଏପରି କାହିଁକି କଲେ ବୋଲି ପଚାରିବାରୁ ସଚ୍ଚିନ ଏହାର ଉତ୍ତର କିଛି ଦେଇନଥିଲେ ବୋଲି କହିଥିଲେ ଲତା ମଙ୍ଗେସ୍କର । ବାସ୍ତବରେ ସଚ୍ଚିନଙ୍କ ଲତାଙ୍କ ପ୍ରତିଥିବା ସ୍ନେହ ଓ ଭଲପାଇବାକୁ ଦେଖି ସଚ୍ଚିନଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି ।

Related Posts