ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି | ମତଦାନ ପୂର୍ବରୁ ଜାରି ରହିଛି ଦଳ ଡିଆଁ ଡିଏଁ | ଗତକାଲି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହଙ୍କ ସାନ ବୋହୂ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ବେଳେ, ଏବେ ସମାଜବାଦୀ ପାର୍ଟିକୁ ପୁଣି ଆଉ ଏକ ଝଟକା ଲାଗିବାକୁ ଯାଉଛି।

ମୁଲାୟମ ସିଂହଙ୍କ ସଢୁ ମଧ୍ୟ ବିଜେପିରେ ଯୋଗଦେବେ ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ମିଡିଆ ରିପୋର୍ଟ ଅନୁସାରେ ଆଜି ପୂର୍ବାହ୍ନ ୧୧ଟାରେ ମୁଲାୟମ ସିଂହଙ୍କ ସଢୁ ପ୍ରମୋଦ ଗୁପ୍ତା ବିଜେପିରେ ସାମିଲ ହେବେ। ସେ ଲକ୍ଷ୍ନୌସ୍ଥିତ ବିଜେପି କାର୍ଯ୍ୟଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏଥର ବିଧାନସଭା ନିର୍ବାଚନରେ ଲଢ଼ିବେ। ସେ କନୌଜ, ଇଟାୱା ଓ ଆଜମଗଡ଼ର କୌଣସି ଆସନରୁ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇପାରନ୍ତି।