ସମୁଦ୍ରକୁ ଗଲା ବିଶାଖାପାଟଣାରେ ଜାଲରେ ପଡ଼ିଥିବା ବିଶ୍ବର ସବୁଠୁ ବଡ଼ମାଛ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅନ୍ତର୍ଗତ ତନ୍ତାଡ଼ି ବେଳାଭୂମିରେ କୂଳରେ ବସାଯାଇଥିବା ଜାଲରେ ଛନ୍ଦି ହୋଇଥିବା ଗୋଟାଏ ପ୍ରକାଣ୍ଡ ହାଙ୍ଗର ମାଛକୁ (ହ୍ବେଲ୍‌ ସାର୍କ) ସମୁଦ୍ର ମଧ୍ୟକୁ ଛଡା ଯାଇଛି ।

ବିଶ୍ବର ସବୁଠୁ ବଡ଼ ମାଛର ମାନ୍ୟତା ପାଇଥିବା ବିଲୟମୁଖୀ ପ୍ରଜାତିର ଉକ୍ତ ହାଙ୍ଗର ମାଛକୁ ପରେ ବନ ବିଭାଗ କର୍ମଚାରୀ, ଧୀବର ଏବଂ ବନ୍ୟପ୍ରାଣୀ ସଂରକ୍ଷକମାନେ ସୁରକ୍ଷିତ ଭାବରେ ଏହି ମାଛ ଟିକୁ ସମୂଦ୍ର ମଧ୍ୟରେ ଛାଡିଛନ୍ତି ।

ଏହି ବିଶାଳ ମାଛ ଟିକୁ ଛାଡ଼ିବା ପାଇଁ ଶାରୀରିକ ଏବଂ ମାନସିକ ଭାବେ ଏହା ଥିଲା ବହୁତ୍ କାଠିକର ପାଠ। ୨ ଟନ୍‌ ଓଜନବିଶିଷ୍ଟ ଉକ୍ତ ମାଛକୁ ଜିଅନ୍ତା ଅବସ୍ଥାରେ ସମୁଦ୍ରରେ ଛାଡ଼ିବାକୁ ବନ ବିଭାଗ, ମତ୍ସ୍ୟଜୀବୀ ଏବଂ ବନ୍ୟପ୍ରାଣୀ ସଂରକ୍ଷକଙ୍କ ଦମ୍‌ ବାହାରି ଯାଇଥିଲା। ମାତ୍ର ସେମାନେ ସଫଳ ହୋଇଥିଲେ।

Related Posts