ବରଗଡ଼, (ସତ୍ୟପାଠ ବ୍ୟୁରୋ): ବରଗଡ଼ର ସତଲମା ଧାନ ମଣ୍ଡିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସର୍ଟ ସର୍କିଟ ସନ୍ଦେହରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁଁ ପାଖାପାଖି ୧୧୫ କୁଇଣ୍ଟାଲ ଧାନ ନଷ୍ଟ ହୋଇଥିବା ଜଣାପଡ଼ିଛି। ନିଆଁ ଲାଗିବାରୁ ମଣ୍ଡିରେ ଗଚ୍ଛିତ ଧାନ ବସ୍ତାର ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଘଟଣା ପରେ ଚାଷୀମାନେ ମଣ୍ଡିର ବିଦ୍ୟୁତ ବ୍ୟବସ୍ଥା ଓ ସୁରକ୍ଷା ପ୍ରତି ଅବହେଳା ହୋଇଥିବା ଅଭିଯୋଗ କରି ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଖୋଜି ବାହାର କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥୋଚିତ କ୍ଷତିପୂରଣ ଦେବାକୁ ସେମାନେ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପ୍ରକୃତ କାରଣ ସ୍ପଷ୍ଟ ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି।