ଲାଗିଲା ନିଆଁ-ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରୁ ବାଦ୍ ପ୍ରସଙ୍ଗ; ଅସ୍ତ୍ରଶସ୍ତ୍ର ସହ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଆଦିବାସୀ

ସତ୍ୟପାଠ 03/01 ଲାଗିଲା ନିଆଁ -ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରୁ ବାଦ୍ ପ୍ରସଙ୍ଗ; ଅସ୍ତ୍ରଶସ୍ତ୍ର ସହ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଆଦିବାସୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣ ଉଚ୍ଛେଦ ପ୍ରତିବାଦରେ ଆଜି ହଜାର ହଜାର ସଂଖ୍ୟାରେ ଆଦିବାସୀ ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହ ଧାରଣା ଦେଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣା ନୀତିକୁ ବିରୋଧ କରିଛନ୍ତି । ପ୍ରଥମେ ପଛୁଆବର୍ଗ ଏବଂ ଏବେ ଆଦିବାସୀ ମାନଙ୍କ ହକକୁ ରାଜ୍ୟସରକାର ଛଡେଇ ନେଇଥିବା ଅଭିଯୋଗ ହୋଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଶହ ଶହ ସଂଖ୍ୟାରେ ଆସି ଏକତ୍ରିତ ହୋଇ ନିଜର ହକ ପାଇଁ ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି । ଆଦିବାସୀ ମାନଙ୍କୁ ସଂରକ୍ଷଣ ଦେବାର ବ୍ୟବସ୍ଥାକୁ ରାଜ୍ୟ ସରକାର ଜାଣି ଶୁଣି ଅଣଦେଖା କରୁଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ତେବେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । କିଛି ସମୟ ଧରି ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି । ପୋଲିସ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ ସହ ୧୫ଜଣ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ଆଦିବାସୀଙ୍କ ସଂରକ୍ଷଣ ଉପରେ ଯଦି କିଛି ନିଷ୍ପତି ନିଆ ନଯାଏ ତାହାଲେ ଆଗାମୀ ଦିନରେ ସେମାନଙ୍କ ଅନ୍ଦିଲନ ଆହୁରି ତୀବ୍ରତର ହେବା ନେଇ ଚେତାବନୀ ଦେଇଛନ୍ତି ଆଦିବାସୀ |

Related Posts