ସାମ୍ନାକୁ ଆସିଲା ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଶେଷ ଫିଲ୍ମ

ମୁମ୍ବାଇ : ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଶେଷ ଚଳଚ୍ଚିତ୍ର ‘ଅକ୍କାଡ ବକ୍କଡ ରାଫୁ ଚକ୍କର’ର ରିଲିଜ ତାରିଖ ସାମ୍ନାକୁ ଆସିଛି। ଏହି ଫିଲ୍ମ ନଭେମ୍ବର ୩ ରେ ଆମାଜନ ପ୍ରାଇମରେ ରିଲିଜ ହେବ। ଏହି ଖବର ସାମ୍ନାକୁ ଆସିବା ପରେ ମନ୍ଦିରା ବେଦୀ ନିଜ ସ୍ୱାମୀଙ୍କ ଏହି ଶେଷ ଚଳଚ୍ଚିତ୍ର ରିଲିଜ ଉପରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସ୍ୱାମୀଙ୍କ ଶେଷ ଫିଲ୍ମ ଦେଖିବାକୁ ମନ୍ଦିରା ଖୁସି ଅଛନ୍ତି। କିନ୍ତୁ ଚଳଚ୍ଚିତ୍ରର ସଫଳତା ଦେଖିବାକୁ ରାଜ ଆଉ ନ ଥିବାରୁ ସେ ଭାଙ୍ଗି ମଧ୍ୟ ପଡିଛନ୍ତି । ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ରାଜ କୌଶଲଙ୍କ ଚଳିତ ବର୍ଷ ଜୁନରେ ହୃଦଘାତରେ ମୃତ୍ୟୁ ହୋଇଥିଲା।

ସ୍ୱାମୀଙ୍କ ଶେଷ ଚଳଚ୍ଚିତ୍ରର ରିଲିଜ୍ ଡେଟ ଘୋଷଣା ହେବାପରେ ମନ୍ଦିରା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ରାଜଙ୍କ ନିଜ କାମ ପ୍ରତି ଗଭୀର ପ୍ରେମ ଥିଲା, ବିଶେଷ କରି ଯଦି ତାଙ୍କର କିଛି ଭଲ ଆଇଡ଼ିଆ ଥାଏ। ପ୍ରତି ମୁହୂର୍ତ୍ତରେ କାମ ପ୍ରତି ତାଙ୍କ ଆଖିରେ ଏକ ଚମକ ଦେଖାଯାଉଥିଲା ..ଓ ଏହି ଚମକ ଓ ଜବରଦସ୍ତ ଶକ୍ତି ଯାହା ମୁଁ ତାଙ୍କ ଆଖିରେ ‘ଅକ୍କାଡ୍ ବକ୍କଡ’ ସମୟରେ ଦେଖିଥିଲି… ‘

Related Posts