ନୂଆପଡ଼ା,(ସତ୍ୟପାଠବ୍ୟୁରୋ): ଲାଞ୍ଚ ନେଇ ଗିରଫ ହୋଇଛନ୍ତି ନୂଆପଡ଼ା ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ୍ ପ୍ରିନ୍ସପାଲ । ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସ୍କୁଲ୍ ପ୍ରିନ୍ସପାଲ୍ ସି. କ୍ରିଷ୍ଣାମୂର୍ତ୍ତି ନାଇଡୁଙ୍କୁ ଧରିଲା ସିବିଆଇ ଟିମ୍। ଜଣେ ଏଏନଏମଙ୍କ କାର୍ଯ୍ୟକାଳ ବୃଦ୍ଧି ସୁପାରିସ ପାଇଁ ସେ ଲାଞ୍ଚ ନେଉଥିଲେ । ତେବେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଥିବା ସୂଚନା ମିଳିଛି।
