ସ୍କୁଲ ଖୋଲିବା ପ୍ରସଙ୍ଗକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରୟା: ପରିସ୍ଥିତିକୁ ଦେଖି ନିଆଯିବ ନିଷ୍ପତ୍ତି

ଦେଶରେ ସଂକ୍ରମଣ କମୁଥିବା ବେଳେ, ଗୋଟିଏ ପରେ ଗୋଟିଏ ରାଜ୍ୟରେ ଖୋଲିବାରେ ଲାଗିଛି ସ୍କୁଲ । ମହାରାଷ୍ଟ୍ର,ରାଜସ୍ଥାନ, ହରିୟାଣା, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସ୍କୁଲ ଖୋଲିଛି । ଏହାରି ମଧ୍ୟରେ ଓଡିଶାରେ ସ୍କୁଲ ଖୋଲିବା ପାଇଁ ଦାବି ବଢ଼ିବାରେ ଲାଗିଛି । ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସମାନ ମତ ରଖିଛନ୍ତି । ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି ସ୍ଥିତିର ତର୍ଜମା କରୁଛନ୍ତି ସରକାର । ପରିସ୍ଥିତିକୁ ଦେଖି ନିଆଯିବ ପଦକ୍ଷେପ ।

ସେପଟେ, ସ୍କୁଲ ଖୋଲିବା ନେଇ ନୂଆ ଏସଓପି ଜାରି କରିଛି କେନ୍ଦ୍ର । ସ୍ଥିତି ଦେଖି ସ୍କୁଲ ଖୋଲିବାକୁ ରାଜ୍ୟଗୁଡିକୁ କୁହାଯାଇଛି । ପିଲାମାନେ ସ୍କୁଲ ଆସିବେ କି ନାହିଁ ଅଭିଭାବକଙ୍କ ମତାମତ ନେବା ପାଇଁ ପରାମର୍ଶ ଦିଆଯାଇଛି ।

Related Posts