ଆରପାରିରେ ବଲିଉଡ ତଥା ମରାଠୀ ଚଳଚ୍ଚିତ୍ରର ଭେଟେରାନ ଅଭିନେତା ରମେଶ ଦେଓ

93 ବର୍ଷ ବୟସରେ ଆଖି ବୁଜିଲେ ବଲିଉଡ ତଥା ମରାଠୀ ଚଳଚ୍ଚିତ୍ରର ଭେଟେରାନ ଅଭିନେତା ରମେଶ ଦେଓ। ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇର ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଅନେକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରିଥିଲେ । ତାଙ୍କ ପତ୍ନୀ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ ।

ଅଭିନେତା ରମେଶ ଦେଓଙ୍କ ଜନ୍ମ ମହାରାଷ୍ଟ୍ରର କୋଲହାପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଆରତୀ । 1962 ମସିହାରେ ଆସିଥିବା ତାଙ୍କ ଚଳଚ୍ଚିତ୍ର ବରଦକ୍ଷିଣା ଖୁବ୍ ହିଟ ହୋଇଥିଲା । ଏହି ଚଳଚ୍ଚିତ୍ର ସମୟରେ ତାଙ୍କର ଭେଟ ସୀମା ଦେଓଙ୍କ ସହ ହୋଇଥିଲା । ପରେ ଦୁହେଁ ବିବାହ କରିଥିଲେ । ସୀମା ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।ରମେଶ ଦେଓ ଅମିତାଭ ବଚ୍ଚନ ଏବଂ ରାଜେଶ ଖାନ୍ନାଙ୍କ ଭଳି ପ୍ରଖ୍ୟାତ ଅଭିନେତାଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଅଭିନେତା 280ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ତାଙ୍କର କିଛି ପ୍ରମୁଖ ସିନେମା ହେଉଛି ଖୁଦ୍ଦାର, ହଥକାଡି, ଜମିର, ପ୍ରେମ ନଗର, ଗୀତା ମେରା ନାମ, ବନଫୁଲ, ଦର୍ପଣ, ସରସ୍ବତୀଚନ୍ଦ୍ର, ମେହେରବାନ୍, କୁଦରତ କା କାନୁନ, ପ୍ୟାର କିୟା ହେ ପ୍ୟାର କରେଙ୍ଗେ, ତକଦିର, ଶ୍ରୀମାନ ଶ୍ରୀମତି, ଫକିରା, ସୁନହରା ସଂସାର, ହିରାଲାଲ୍ ପନ୍ନାଲାଲ୍, ଦିଲଜଲା, କୋରା କାଗଜ, କାସୌଟି, ଜମିନ ଆସମାନ, କର୍ମ ଯୁଦ୍ଧ, ମିଷ୍ଟର ଇଣ୍ଡିଆ, ଜୋରୁ କା ଗୁଲାମ, ଗୋରା, ଶେର୍ ଶିବାଜୀ ଇତ୍ୟାଦି।

Related Posts