ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାରେ ୨ ଗିରଫ

ଗତକାଲି ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍ ମୁସଲିମୀନ (ଆଇଏଏମ୍‌ଆଇଏମ୍‌) ଅଧ୍ୟକ୍ଷ ତଥା ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଛି | ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି | ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ଦୁର୍ବୁତ୍ତ ମାନେ ଗୁଳିମାଡ଼ କରି ଫେରାର hoijaithile | ଏନେଇ ଅଭିଯୋଗ ହେବା ପରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି |

ନିଜ ଗାଡ଼ିର ଏକ ଫଟୋ ଟ୍ବିଟରରେ ସେୟାର କରି ସେ ଏଭଳି ଅଭି‌ଯୋଗ କରିଥିଲେ। ତେବେ ଏନେଇ ସୂଚନା ମିଳିବା ପରେ ତଦନ୍ତ କରି ୨ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ସଚିନ ପଣ୍ଡିତ ଓ ଶୁଭମ। ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଆକ୍ରମଣର ଅଭିଯୁକ୍ତ ସଚିନ ପଣ୍ଡିତ ଗ୍ରେଟର ନୋଏଡାର ବାଦଲପୁରରେ ଥିବା ଦୁରାଇ ଗାଁର ବାସିନ୍ଦା। ଦୁରାଇ ଗାଁର ବାସିନ୍ଦା ସଚିନଙ୍କ ପିତା ବିନୋଦ ପଣ୍ଡିତ ଘରୋଇ କମ୍ପାନିରେ କଣ୍ଟ୍ରାକ୍ଟର ଥିବା ବେଳେ ସଚିନ ଆଇନ ପାଠ୍ୟକ୍ରମ ଶେଷ କରିଛନ୍ତି। ଅଭିଯୁକ୍ତ ବିଜେପିର ସଦସ୍ୟତା ଗ୍ରହଣ କରିଥିବା ସହ ଅନେକ ବଡ଼ ବଡ଼ ବିଜେପି ନେତାଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା, ସାଂସଦ ମହେଶ ଶର୍ମାଙ୍କ ସମେତ ବହୁ ବିଜେପି ନେତାଙ୍କ ସହ ସଚିନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ, ଦ୍ୱିତୀୟ ଅଭିଯୁକ୍ତ ଶୁଭମ୍ ସାହାରନପୁରର ବାସିନ୍ଦା। ଶୁଭମ୍ ଦଶମ ପାସ୍ କରି ଚାଷ କାର୍ଯ୍ୟ କରନ୍ତି। ପଚରାଉଚରା ବେଳେ ଶୁଭମ୍ ଏବଂ ସଚିନ୍ କହିଛନ୍ତି ଯେ ଓୱେସି ଏବଂ ତାଙ୍କ ସାନଭାଇଙ୍କ ଫେସବୁକ୍, ଟ୍ୱିଟର, ସୋସିଆଲ ମିଡିଆରେ ଭାଷଣ ଶୁଣୁଥିଲେ ଏବଂ ଏଥିପାଇଁ ଦୁହିଁଙ୍କୁ ବହୁତ ଘୃଣା କରୁଥିଲେ। ତେବେ ଦୁହିଁଙ୍କୁ ଗିରଫ ସହ ସେମାନଙ୍କଠାରୁ ମାରଣାସ୍ତ୍ରୀ ଜବତ କରିଛି ପୁଲିସ। ଏହା ସହ ଯେଉଁମାନଙ୍କଠାରୁ ଦୁହେଁ ଅସ୍ତ୍ରଶସ୍ତ୍ର କିଣିଥିଲେ, ତାକୁ ମଧ୍ୟ ପୁଲିସ ତୁରନ୍ତ ଗିରଫ କରିବ ବୋଲି କହିଛି |

Related Posts