ହାଇଦ୍ରାବାଦର ସିକନ୍ଦରାବାଦରେ ବଡ ଅଘଟଣ: ବାଇକ୍ ସୋରୁମରେ ନିଆଁ ଲାଗି ୬ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଘଟିଛି ଏକ ବଡ ଅଘଟଣ । ଏକ ବାଇକ୍ ସୋରୁମରେ ନିଆଁ ଲାଗିଯିବା ଫଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ହାଇଦ୍ରାବାଦ ନର୍ଥ ଜୋନ୍ ଡିସିପିଙ୍କ କହିବାନୁସାରେ, ସିକନ୍ଦରାବାଦ ପାସପୋର୍ଟ ଅଫିସ ପାଖରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିବା ଖବର ମିଳିଥିଲା । ସୋରୁମର ଉପରେ ଏକ ହୋଟେଲ୍ ରହିଛି । ଯେଉଁଠାରେ ଅନେକ ଲୋକ ଫସି ଯାଇଥିଲେ । ଏଥିରେ ଏବେସୁଦ୍ଧା ୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବ୍ୟାଟେରୀ ଚାର୍ଜରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ।

ଏହାପୂର୍ବରୁ ମଧ୍ୟ ତାମିଲନାଡୁରେ ସମାନ ଘଟଣା ଘଟିଥିଲା । ପୋରୁର-କୁନ୍ଦରାତୁର ନିକଟରେ ଥିବା ଏକ ଇ-ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିଲା । ବ୍ୟାଟେରୀ ଚାର୍ଜ ବସାଇବା ବେଳେ ଏହି ଅଘଟଣ ଘଟିଥିଲା । ଯେଉଁଥିରେ ପ୍ରାୟ ୧୭ଟି ବାଇକ୍ ଜଳିଯାଇଥିଲା ।

ନିଆଁ ଲାଗିବା ପରେ ସୋରୁମରୁ ପ୍ରବଳ ଧୂଆଁ ବାହାରିଥିଲା । ଲୋକେ ବିଚଳିତ ହୋଇଯାଇଥିଲେ । ତେବେ ଏଥିରେ କେହି ମୃତାହତ ହୋଇନଥିଲେ । ସ୍ଥାନୀୟ ଲୋକ ଓ ଦମକଳ ବିହାନୀ ସହାୟତାରେ ନିଆଁକୁ କାବୁ କରାଯାଇଥିଲା।

Related Posts