ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲେ ୩ ଯବାନ

ବିହାର SSB କ୍ୟାମ୍ପରେ ଅଘଟଣ | ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩ ଯବାନଙ୍କ ଜୀବନ । ଏଥିସହ ଅନ୍ୟ ୯ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି | ସମସ୍ତଙ୍କୁ ସବ-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ |

ତେବେ ଗୁରୁତର ୪ ଯବାନଙ୍କୁ ଦରଭଙ୍ଗା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

SSB 45 B ବାଟାଲିୟନ ବିହାର ବିରପୁର ମୁଖ୍ୟାଳୟର ଯବାନଙ୍କ ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ଟେଣ୍ଟ ବାନ୍ଧିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଆହତ ଯବାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ସୂଚନାନୁସାରେ, ବିରପୁର ଅବସ୍ଥିତ ସଶସ୍ତ୍ର ସୀମା ବଳ 45ତମ ବାଟାଲିୟନରେ ଯବାନଙ୍କ ତାଲିମ ଚାଲିଥିଲା । ଏହିସମୟରେ ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସି ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ।

Related Posts