ମିଳିଲାନି ଟିକେଟ, ଭୋ ଭୋ ହୋଇ କାନ୍ଦିଲେ ବିଏସପି ନେତା

ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ସେପଟେ ଦଳ କାହାକୁ ପାର୍ଥି ଚୟନ କରିବ କାହାକୁ ଟିକେଟ ଦେବ ସେନେଇ ମାନସ ମନ୍ଥନ ଆରଂଭ କରିଦେଇଛି । ସେପଟେ ଟିକେଟ ଆଶାୟୀ ନେତାମାନେ ଟିକେଟ୍ ପାଇବାକୁ ଦିନରାତି ଏକ କରିଦେଇଛନ୍ତି । ନେତାମାନେ ଟିକେଟ୍ ପାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଛଉନାହାନ୍ତି । କିନ୍ତୁ ଯେଉଁମାନେ ଟିକେଟ୍ ପାଇବା ସମ୍ଭାବନା ଦେଖୁନାହାନ୍ତି ସେମାନେ ଦଳଡିଆଁ ଆରମ୍ଭ କରିଦେଇଛନ୍ତି ।

କିନ୍ତୁ ଉତ୍ତରପ୍ରଦେଶରେ ଆଜି ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଟିକେନ ନ ପାଇବାରୁ ଜଣେ ବିଏସପି ନେତା ଭୋ ଭୋ ହୋଇ କାନ୍ଦୁଥିବାର ଦେଖାଯାଇଛି । ଦଳ ମୋର ମଜା ଉଡ଼େଇଦେଲା ବୋଲି ସେ କାନ୍ଦି କାନ୍ଦି କହିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଟିକେଟ ଆଶାରେ ବହୁଜନ ସମାଜପାର୍ଟି (ବିଏସପି) ସଦସ୍ୟ ଅରସାଦ ରାଣା ଗତ କିଛି ବର୍ଷ ହେଲା ଉଦ୍ୟମ କରିଚାଲିଥିଲେ । ଏଥିପାଇଁ ସେ ନିୟମିତଭାବେ ସମ୍ବାଦପତ୍ରରେ ବିଜ୍ଞାପନ ଦେବା ସହ ସହରରେ ହୋର୍ଡିଂ ଲଗାଇଚାଲିଥିଲେ । ଉତ୍ତରପ୍ରଦେଶର ଚର୍ଥଓ୍ବାଲରୁ ତାଙ୍କୁ ଟିକେଟ ଦିଆଯିବ ବୋଲି ବିଏସପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ସେ ଦାବି କରିଛନ୍ତି । ଏଥିପାଇଁ ସେ ସାଢେ ୪ ଲକ୍ଷ ଟଙ୍କା ଦଳକୁ ଦେଇଛନ୍ତି, ତାଙ୍କୁ ଆଉ ୫୦ ଲକ୍ଷ ଯୋଗାଡ଼ କରିବାକୁ କୁହାଯାଇଥିଲା । ସେ ଯୋଗାଡ଼ରେ ଲାଗିଥିବାବେଳେ ଆଜି ଦଳ ପକ୍ଷରୁ ଚର୍ଥଓ୍ବାଲ ଆସନ ପାଇଁ ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଫଳରେ ତାଙ୍କ ନାମ ନ ଆସିବା ନେଇ ସେ ଭାଙ୍ଗି ପଡ଼ି କାନ୍ଦୁଥିଲେ ।

Related Posts