ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ ସକ୍ରିୟ କର୍ମୀଙ୍କୁ ହତ୍ୟା, ୧୪୪ ଧାରା ଜାରି

କର୍ଣ୍ଣାଟକରେ ହିଜାବକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଆଉ ଏକ ଅଘଟଣ ଘଟିଛି । ଶିବମୋଗା ଇଲାକାର ଜଣେ ବଜରଙ୍ଗ ଦଳ କର୍ମୀଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି । ଫଳରେ ଏନେଇ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସେଠାରେ ୧୪୪ ଧାରା ଲାଗୁ ହୋଇଛି ।

କହିରଖୁଁ କି, ରବିବାର ରାତି ସମୟରେ କର୍ଣ୍ଣାଟକର ଶିବମୋଗା ସହରରେ ବଜରଙ୍ଗ ଦଳର କର୍ମକର୍ତ୍ତା 26 ବର୍ଷିୟ ହର୍ଷାଙ୍କୁ ହତ୍ୟା କରାଯାଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ସେଠାରେ ୧୪୪ ଧାରା ଲାଗୁ କରାଯିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି ।

କର୍ଣ୍ଣାଟକ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ମୃତ ହର୍ଷଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବା ସହ ସାନ୍ତ୍ୱନା ଦେଇଛନ୍ତି । ଏହାସହ ସହରରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ପୋଲିସ ଦ୍ୱାରା ଏକ ଟାସ୍କ ଫୋର୍ସ ଗଠନ କରାଯାଇ ଘଟଣାର ଯାଞ୍ଚ କରାଯାଉଛି । ପୋଲିସର ଏକ ତଥ୍ୟ ମୁତାବକ, ହର୍ଷା ନିଜ ଫେସବୁକ୍ ଆକାଉଣ୍ଟରେ ହିଜାବକୁ ନେଇ ବିଭିନ୍ନ ଟିପ୍ପଣୀ ଦେଉଥିଲେ । କର୍ଣ୍ଣାଟକରେ ହିଜାବକୁ ବିରୋଧ କରିବାରେ ବଜରଙ୍ଗ ଦଳ ସବୁଠୁ ସକ୍ରିୟ ଥିଲା । ଏହାସହ ଅନ୍ୟ ହିନ୍ଦୁ ସଙ୍ଗଠନ ଗୁଡିକ ମଧ୍ୟ ଏହାକୁ ବିରୋଧ କରୁଥିଲେ।

୨୬ ବର୍ଷୀୟ ହର୍ଷଙ୍କୁ ରବିବାର ସନ୍ଧ୍ୟାରେ ୪ ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏସବୁ ଭିତିରେ କର୍ଣ୍ଣାଟକାରେ କ୍ଷମତାରେ ଥିବା ବିଜେପି ସରକାରର ଜଣେ ମନ୍ତ୍ରୀ ହତ୍ୟା କାଣ୍ଡ ପଛରେ ମୁସଲିମ ଗୁଣ୍ଡାଙ୍କ ହାତ ଥିବା ବଳି ବୟାନ ଦେଇଛନ୍ତି। ଏହାକୁ ନେଇ ରାଜନୀତିକ ଜୋର ଧରିଛି। ସେହିପରି ସାଂପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

Related Posts