ଜିରୋ ଟଲରେନ୍ସ ନା ଇମେଜ୍ ବିଲ୍ଡିଂ ଷ୍ଟଣ୍ଟ, ତ୍ରିନାଥ ମିଶ୍ରଙ୍କୁ ମିଶାଇ ଏଯାଏଁ ୧୫୨ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର, ୨୧/୦୨: ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଅତିରିକ୍ତ ଏସ୍ ପି ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ତ୍ରିନାଥ ମିଶ୍ରଙ୍କୁ ମିଶାଇ ଏ ଯାଏଁ ୧୫୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ସାଲିଲେଣି ଓଡିଶ ସରକାର।

ସେପଟେ କୋଟିପତି ପୁଲିସ ବାବୁ ତ୍ରିନାଥ ମିଶ୍ରଙ୍କୁ ଚାକୀରିରୁ ଛଟେଇ ପରେ ଶାସକ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ପ୍ରଶଂସା କରାଯାଉଛି। ଦଳ ଓ ସରକାରଙ୍କ ପକ୍ଷରୁ ନବୀନ ବାବୁଙ୍କୁ ସମସ୍ତ୍ ଶ୍ରେୟ ଦେବାସହ ପ୍ରଚାର କରାଯାଉଛି ଯେ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ମୂଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ସେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ଓ ଏହାର ଜ୍ୱଳନ୍ତ ଉଦାହରଣ ହେଇଛି ତ୍ରିନାଥ ମିଶ୍ର ଓ ଅନ୍ୟ ୧୫୧ ଜଣ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ନିଷ୍ପତ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ କଟକ ତୁଳସୀପୁରସ୍ଥିତ ଅତିରିକ୍ତ ଏସ୍.ପି (ଯୋଗାଯୋଗ) ଶ୍ରୀ ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକାସମୟରେ ତଲାସୀ କରାଯାଇଥିଲା । ଏହି ତଲାସୀରୁ ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା । ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୨ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ଅଭିଯୋଗ ରେ ବାଧ୍ୟତାମୂଳକ ଅବସର ଦିଆଯିବାରେ ଶ୍ରୀ ମିଶ୍ର ହେଉଛନ୍ତି ଅନ୍ୟତମ ବରିଷ୍ଠ ଅଧିକାରୀ ।

ଏହା କେବଳ ନବୀନଙ୍କ ଇମେଜ୍ ବିଲ୍ଡିଂ ଷ୍ଟଣ୍ଟ ବୋଲି ବିରୋଧୀ କହିଛନ୍ତି। ପଞ୍ଚାୟତ ନିର୍ବାଚନରେ ଦଳର ପି ସି ଖିଆ ଭାବମୂର୍ତ୍ତି ରେ ସୁଧାର ପାଇଁ ଭିଜିଲାନ୍ସ ରେଡ୍ ଏକ ରାଜନୈତିକ କୌଶଳ ବୋଲି କହିଛନ୍ତି। ଯଦି ନବୀନ ବାସ୍ତବରେ ଦୁର୍ନୀତଗ୍ରସ୍ତ ଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ରଖିଛନ୍ତି ତେବେ ଆଇଏଏସ , ଆଇ ପି ଏସ ଅଧିକାରୀଙ୍କୁ ରେଡ୍ କରି ଦେଖନ୍ତୁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି।

Related Posts