ହିଜାବ ବିବାଦ: 5 ରାଜ୍ୟକୁ ହାଇଆଲର୍ଟ ଜାରି କଲା ଗୁଇନ୍ଦା ସଂସ୍ଥା

ହିଜାବ ବିବାଦ ଏବେ ଉଗ୍ର ରୂପ ଧାରଣ କରୁଥିବା ବେଳେ, ଏବେ ଏହାର ପ୍ରଭାବ ଗୋଟିଏ ପରେ ଗୋଟିଏ ଦେଶରେ ଦେଖିବାକୁ ମିଳୁଛି । ଧୀରେ ଧୀରେ ଏହା ଉଗ୍ର ରୂପ ଧାରଣ କରିବାରେ ଲାଗୁଛି । ଏହାରି ମଧ୍ୟରେ ଗୁଇନ୍ଦା ସଂସ୍ଥା ଏକ ବଡ଼ ସୂଚନା ଦେଇଛି । 5 ରାଜ୍ୟ ତଥା ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଓ ପଶ୍ଚିମବଙ୍ଗକୁ ନେଇ ହାଇ ଆଲର୍ଟ ଜାରି କରିଛି । ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି ଯେ, ହିଜାବକୁ ନେଇ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର କାମ କରୁଛି । ଆଲର୍ଟରେ କୁହାଯାଇଛି ଯେ, ଦେଶ-ବିରୋଧୀ ଉପଦ୍ରବ ସୃଷ୍ଟି କରିବା ପାଇଁ ହଜାବ ରେଫରେଣ୍ଡମ ପାଇଁ ଏକ ୱେବସାଇଟ୍ ପ୍ରସ୍ତୁତ କରାଯାଇଛି । ଏଥିରେ ଲୋକେ ଅନ୍‌ଲାଇନରେ ଆସି ପ୍ରଦର୍ଶନକୁ ସମର୍ଥନ ଦେବା ପାଇଁ କୁହାଯାଇଛି ।

ଏହି ଆକାଉଣ୍ଟରେ ମିଛ ଭିଡିଓ, ଉତ୍ତେଜିତ ଭାଷଣ ଓ ପରିସ୍ଥିତି ବିଗାଡ଼ିବା ପାଇଁ ଧାର୍ମିକ ବାର୍ତ୍ତା ପ୍ରସାରିତ କରାଯାଇଛି । ଗୁଇନ୍ଦା ସୂତ୍ର ଅନୁସାରେ ଷଡ଼ଯନ୍ତ୍ର ପଛରେ ପାକିସ୍ତାନର ଆଇଏସଆଇ ସହିତ ଦେଶରେ ଏକ ସ୍ୱତନ୍ତ୍ର ସଂପ୍ରଦାୟର ସଂଗଠନ ରହିଛି ।

କର୍ଣ୍ଣାଟକରେ ହିଜାବ୍ ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍‌ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ ବିବାଦ ବଢ଼ିଥିବାରୁ ଚାରିଆଡେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖାଯାଇଛି ।

Related Posts