ହିଜାବ ବିବାଦ: ‘ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଦେବା ନେଇ ଅନୁରୋଧ କଲେ ଛାତ୍ରୀ

ହିଜାବକୁ ନେଇ ବଢୁଥିବା ବିବାଦ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଥିବା ବେଳେ, ହିଜାବକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି | କୋର୍ଟରେ ଏହି ମାମଲା ପହଁଚିଛି | କୋର୍ଟଙ୍କ ରାୟ ଅନୁସାରେ ଶିକ୍ଷାନୁଷଠାନ ଗୁଡିକରେ ହିଜାବ ପିନ୍ଧି ଯିବାକୁ ମନା ହେବା ପରେ ବି ଏହି ବିବାଦରେ ଭଟ୍ଟା ପଡୁନି । ବରଂ ସେମାନଙ୍କୁ ୟୂୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ହାଇକୋର୍ଟଙ୍କୁ ଗୁହାରୀ କରିଛନ୍ତି ଛାତ୍ରୀ ।

ସୂଚନା ମୁତାବକ, ଉଡ୍ଡୁପିରେ ଥିବା ପ୍ରି ୟୁନିଭର୍ସିଟି କଲେଜର ଛାତ୍ରୀ ମାନଙ୍କ ପକ୍ଷରୁ ହାଇକୋର୍ଟରେ ଏପରି ଆବେଦନ କରିଛନ୍ତି ଆଡଭୋକେଟ୍ ଦେବଦତ୍ତ କାମତ୍ । ଛାତ୍ରୀମାନଙ୍କୁ ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧି ୟୁନିଭର୍ସିଟି ଯିବାକୁ ଅନୁମତି ଦେବାପାଇଁ କାମାତ୍ କୋର୍ଟଙ୍କୁ ଗୁହାରୀ କରିଛନ୍ତି । କେନ୍ଦ୍ରୀୟ ସ୍କୁଲ ମାନଙ୍କରେ ଛାତ୍ରୀମାନଙ୍କୁ ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଥିବାବେଳେ ଅନ୍ୟ ଶିକ୍ଷାନୁଷଠାନ ଗୁଡିକରେ କାହିଁକି ନାହିଁ? ଏହା ଏକ ସମ୍ପ୍ରଦାୟର ଧାର୍ମିକ ପ୍ରଥା । ତେଣୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଭାରତୀୟ ସମ୍ବିଧାନର ଧାରା ୨୫କୁ ଉଲଂଘନ କରୁଛି ବୋଲି କାତ୍ ଯୁକ୍ତି ବାଢିଛନ୍ତି |

Related Posts