ବଢୁଛି ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା । ବଢୁଛି ଆକ୍ରାନ୍ତ ଙ୍କୁ ନେ଼ଇ ଚିନ୍ତା । ଆମେରିକାରେ ଓମିକ୍ରନର ସୁଅ ଛୁଟିଥିବା ବେଳେ ହଠାତ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା ବଢିଛି । ଆମେରିକାର ନୂଆ ମାମଲାର ୭୩ ପ୍ରତିଶତ ଓମିକ୍ରନ୍ ରହିଥିବା ସ୍ପଷ୍ଟ ହୋଇଛି । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ ଆମେରିକାରେ କେବଳ ଗୋଟିଏ ସପ୍ତାହରେ ଓମିକ୍ରନ୍ ସଂକ୍ରମଣରେ ୬ ଗୁଣା ବୃଦ୍ଧି ହୋଇଛି ।
ଆମେରିକାରେ ଗତ ସପ୍ତାହରେ ୬ ଲକ୍ଷ ୫୦ ହଜାର ସଂକ୍ରମଣ ଚିହ୍ନଟ ହୋଇଛି । ଆମେରିକାରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଟେକ୍ସାସରେ ଜଣେ ବ୍ୟକ୍ତି ଓମିକ୍ରନରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ କରୋନା ସଂକ୍ରମିତ ହୋଇଥିଲେ ଓ ସେ ଟିକା ନେଇନଥିବା କୁହାଯାଉଛି । ସେପଟେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ବ୍ରିଟେନରେ ୧୨, ଆମେରିକାରେ ଜଣେ ଓ ଇସ୍ରାଏଲରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
