୧୨ ଘଣ୍ଟା ସମୁଦ୍ର ମଧ୍ୟରେ ସଂଘର୍ଷ ପରେ କୂଳରେ ଲାଗିଲେ ମାଡାଗାସ୍କର ମନ୍ତ୍ରୀ

ଦୀର୍ଘ ୧୨ ଘଣ୍ଟା କାଳ ଭାରତ ମହାସାଗରରେ ପହଁରି ପହଁରି କୂଳରେ ଲାଗିଛନ୍ତି ମାଡାଗାସ୍କର ମନ୍ତ୍ରୀ । ଏକ ଯାତ୍ରୀବାହୀ ଜାହାଜର ଦୁର୍ଘଟଣା ସ୍ଥଳକୁ ଯାଞ୍ଚ ପାଇଁ ଯାଇ ନିଜ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ମାଡାଗାସ୍କାର ମନ୍ତ୍ରୀ ଏବେ ଚର୍ଚ୍ଚାରେ । ଖାଲି ସିଏ ଏକା ନୁହେଁ ତାଙ୍କ ସହ ହେଲିକ୍ପ୍ଟରରେ ଥିବା ଆଉ ଜଣେ ଅଧିକାରୀ ମଧ୍ୟ ପହଁରି କୂଳରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ଭାରତ ମହାସାଗରରେ ଘଟିଥିବା ହେଲିକପ୍ଟର୍‌ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ମାଡାଗାସ୍କର୍‌ର ପୁଲିସ ମନ୍ତ୍ରୀ ତଥା ବାୟୁସେନା ମେକାନିକ୍‌ ଦୀର୍ଘ ୧୨ ଘଣ୍ଟା ପହଁରି କୂଳରେ ପହଞ୍ଚିବାକୁ ସମର୍ଥ ହୋଇଛନ୍ତି।ଜେଣ୍ଡାର୍‌ମେରି ରାଜ୍ୟର ସଚିବ ୫୭ ବର୍ଷିୟ ଜେନେରାଲ୍‌ ସର୍ଗେ ଜେଲିଙ୍କୁ ପାଣିରେ ପହଁରୁ ଥିବା କଥା ଡିଙ୍ଗିରେ ଯାଉଥିବା ଜଣେ କେଉଟ ଦେଖିବା ପରେ ଉଦ୍ଧାର କରି କୂଳକୁ ଆଣିଥିଲେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ରେ ଥିବା ଅନ୍ୟତମ ଯାତ୍ରୀ ଚିଫ୍‌ ୱାରେଣ୍ଟ୍‌ ଅଫିସର୍‌ ଜିମ୍ମି ଲୈଟ୍‌ସାରା ମଧ୍ୟ ପହଁରି ପହଁରି ମାହାମ୍ବୋ ବେଳାଭୂମିରେ ପହଞ୍ଚିଛନ୍ତି।
ମାଡାଗାସ୍କର୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଟୁଇଟର୍‌ରେ ପୋଷ୍ଟ୍‌ କରିଥିବା ଭିଡିଓରେ ଜେଲି କହିଛନ୍ତି, ଈଶ୍ବରଙ୍କୁ ଧନ୍ୟବାଦ, ମୋ ଉପଗତ ହୋଇନାହିଁ। ମୁଁ ଖାଲି ଥଣ୍ଡାରେ କୋଲ ମାରିଯାଇଛି। କିନ୍ତୁ, ମୋର ଦୁଃଖ ଏତିକି ଯେ, ମୋ ସହଯାତ୍ରୀ ବନ୍ଧୁମାନେ ମୃତ କି, ଜୀବିତ ଜାଣିପାରୁନାହିଁ।

Related Posts