ଆଜି ହକରମାନଙ୍କୁ କୋଭିଡ ସହାୟତା ବାବଦକୁ ୬ହଜାର ଟଙ୍କା ଲେଖାଏ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଆଜି ହକରମାନଙ୍କୁ କୋଭିଡ ସହାୟତା ପ୍ରଦାନ କରାଯିବ। ଏନେଇ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଲୋକସେବା ଭବନରେ ପ୍ରାୟ ୧୫୦ ହକର ଉପସ୍ଥିତ ରହିବା ସହିତ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ହକରମାନେ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ିହେବେ। କୋଭିଡ ସହାୟତା ବାବଦକୁ ୬ହଜାର ଟଙ୍କା ଲେଖାଏ ରିଲିଫ୍ ପାଣ୍ଠିରୁ ସେମାନଙ୍କୁ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୩୦ ତାରିଖରେ ରାଜ୍ୟର ସମ୍ବାଦପତ୍ର ହକରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ। ପୂର୍ବ ଘୋଷଣା ମୁତାବକ ହକରମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ। ବର୍ତମାନ ସୁଦ୍ଧା ପ୍ରାୟ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରାୟ ୭ହଜାର ହକରଙ୍କୁ ଚିହ୍ନଟ କରାଯାଇଛି।

Related Posts