୧୪ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବେ ଆନ୍ନା ହଜାରେ

ପୁଣି ଥରେ ଅନଶନରେ ବସିବେ ସାମାଜିସେବୀ ଆନ୍ନା ହଜାରେ | ମହାରାଷ୍ଟ୍ରର ଉଦ୍ଧବ ସରକାର ବିରୋଧରେ ଆନ୍ଦୋଳନର ଡାକରା ଦେବା ସହ ଅନଶନରେ ବସିବା ନେଇ ଚେତାବନୀ ଦେଇଛନ୍ତି ଆନ୍ନା ହଜାରେ | ଫେବୃଆରୀ ୧୪ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ଅନଶନ କରିବେ |

ଖବର ମୁତାବକ ମହାରାଷ୍ଟ୍ର ସରକାର ଦୋକାନ ବଜାର ଏବଂ ୱାକ-ଇନ୍ ଷ୍ଟୋରରେ ମଦ ବିକ୍ରୟ କରିବାକୁ ଅନୁମତି ଦେବା ପରେ ଆନ୍ନା ହଜାରେ ଏହି ନିଷ୍ପତିକୁ ବିରୋଧ କରିଛନ୍ତି | ଏହା ପରେ ସେ ଅନଶନ କରିବେ ଘୋଷଣା କରିଛନ୍ତି |

ନିକଟରେ ମହାରାଷ୍ଟ୍ର ସରକାର ଦୋକାନ ବଜାର ଏବଂ ୱାକ-ଇନ୍ ଷ୍ଟୋରରେ ମଦ ବିକ୍ରୟ କରିବାକୁ ଅନୁମତି ଦେଇଛନ୍ତି, ଯାହା ବିଷୟରେ ସରକାରଙ୍କ ମନ୍ତ୍ରୀମାନେ ଭିନ୍ନ ଭିନ୍ନ ଯୁକ୍ତି ଦେଉଛନ୍ତି, ଯାହା ବିରୋଧରେ ଆନ୍ନା ହଜାରେ ବର୍ତ୍ତମାନ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି। ଆନ୍ନା ହଜାରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି, କିନ୍ତୁ ଏହାର କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ଅନଶନ କରିବାକୁ ନିଷ୍ପତି ନେଇଛନ୍ତି |

Related Posts