୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍‌ମ୍ୟାନ୍‌ ସୁକେଶ ସହିତ ଜଡ଼ିତ ଅଛନ୍ତି ବଲିଉଡ୍ ର ଆଗ ଧାଡ଼ିର ମାଳ ମାଳ ଅଭିନେତ୍ରୀ, ସାମ୍ନାକୁ ଆସିଲା ଆଉ ଦୁଇ ଅଭିନେତ୍ରୀ ଙ୍କ ନାଁ

୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବଲିଉଡ୍ ର ବହୁ ନାମିଦାମୀ ଅଭିନେତ୍ରୀ ସାମିଲ ଥିବା ଘଟଣା ଏବେ ଧୀରେ ଧୀରେ ସାମ୍ନାକୁ ଆସିବାକୁ ଲାଗୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କୁ ସମନ ପଠାଯାଇଥିଲା ।

ଫର୍ଣ୍ଣାଣ୍ଡିଜ୍‌ଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ଲୁକ୍‌-ଆଉଟ୍‌-ସର୍କ୍ୟୁଲାର୍‌’ ଜାରି କରିଥିବା ହେତୁ ତାଙ୍କୁ ବିଦେଶ ଯିବାରୁ ନିବୃତ କରାଇବାକୁ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ‘ଇମିଗ୍ରେସନ୍ ଅଥରିଟି’ମାନେ ସ୍ବଳ୍ପ ସମୟ ଅଟକ ରଖିଥିଲେ। ଏଯାବତ ସୁକେଶ ମାଲାରେ ଇଡି ନଜରରେ ବଲିଉଡ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହି ଥିବା ସାମ୍ନାକୁ ଆସିଥିଲା। ସମ୍ପ୍ରତି ଜଣାପଡ଼ିଛି କି ଏହି ଘଟଣାରେ ଅନ୍ୟ ଅଭିନେତ୍ରୀମାନେ ବି ସାମିଲ ରହିଛନ୍ତି। ଇଡିର ପଚରାଉଚରା ସମୟରେ ସୁକେଶ ଶ୍ରଦ୍ଧା କପୁର ଓ ଶିଳ୍ପା ସେଟ୍ଟୀଙ୍କ ସହିତ ତାଙ୍କର ସଂଯୋଗ ଥିବା ଶିକାର କରିଛନ୍ତି। ସୁକେଶ କହିଛନ୍ତି ଶ୍ରଦ୍ଧା କପୁରଙ୍କ ସହିତ ତାଙ୍କର ୨୦୧୫ ମସିହାରୁ ଚିହ୍ନାପରିଚୟ ରହିଛି। ଏନସିବି ମାମଲାରେ ସେ ଶ୍ରଦ୍ଧା କପୁରଙ୍କୁ ସାହାଯ୍ୟ କରିଥିଲେ। ଶ୍ରଦ୍ଧା କପୁର ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିଲେ। ଏହି କାରଣରୁ ଏନସିବି ତାଙ୍କୁ ପଚରାଉଚରା ପାଇଁ ଡକାଇଥିଲା।

କେବଳ ଏତିକି ନୁହେଁ। ଇଡିର ପଚରା ଉଚରାସମୟରେ ସୁକେଶ ଚନ୍ଦ୍ରଶେଖର କହିଛନ୍ତି, ହରମନ ବାବେଜା ଓ ଶିଳ୍ପା ସେଟ୍ଟୀ ମୋର ସାଙ୍ଗ। ମୁଁ ଶିଳ୍ପାଙ୍କ ସହିତ ରାଜ କୁନ୍ଦ୍ରାଙ୍କୁ ଜେଲରୁ ମୁକୁଳାଇବା ପାଇଁ ଥିବା ସର୍ତ୍ତ ସମ୍ପର୍କ କଥା ହୋଇଥିଲି। ସୁକେଶଙ୍କ ଏଭଳି ବୟାନ ପରେ ଶ୍ରଦ୍ଧା କପୁର, ହରମନ ବାବେଜା, ଶିଳ୍ପା ସେଟ୍ଟୀ ଇଡିଙ୍କ ଟାର୍ଗେଟକୁ ଆସିଛନ୍ତି।

ଉଲ୍ଲେଖଯୋଗ୍ୟ କି, ସୁକେଶ ଜେଲ୍‌ରେ ଥିବା ବେଳେ ଜାକ୍‌ଲିନ୍‌ଙ୍କୁ ୧୦ କୋଟି ଟଙ୍କା ଉପହାର ପଠାଇଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏହାଛଡ଼ା, ଜାମିନ ପାଇ ଜେଲ୍‌ରୁ ମୁକୁଳିବା ପରେ ସୁକେଶ ଜାକ୍‌ଲିନ୍‌ଙ୍କ ପାଇଁ ମୁମ୍ବାଇରୁ ଚେନ୍ନାଇକୁ ଗୋଟାଏ ‘ଚାର୍ଟଡ୍‌ ଫ୍ଲାଇଟ୍‌’ ମଧ୍ୟ ବୁକ୍‌ କରିଥିଲେ।
ପ୍ରବର୍ତ୍ତନ ନିର୍ଦେଶାଳୟର ସନ୍ଦେହ ହେଉଛି କି, ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଆଦାୟ କରିଥିବା ଟଙ୍କାରୁ ବହୁଳାଂଶ ଜାକ୍‌ଲିନ୍‌ଙ୍କ ଆକାଉଣ୍ଟକୁ ପଠାଯାଇଛି।

Related Posts