୨୧ ବର୍ଷରୁ କମ୍ ବୟସର ପୁଅ ମହିଳାଙ୍କ ସହମତି କ୍ରମେ ଲିଭ୍-ଇନରେ ରହିପାରିବେ: ହାଇକୋର୍ଟ

ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ବୃଦ୍ଧି ପାଇଛି | ତେବେ ବୟସ ସୀମା ବଢିଥିବା ବେଳେ ଅନେକ ବିବାଦ ଦେଖାଦେଇଛି । ଏହା ଭିତରେ ପଞ୍ଜାବ-ହରିୟାଣା ହାଇକୋର୍ଟ ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ୨୧ ବର୍ଷରୁ କମ୍ ବୟସର କୌଣସି ପୁରୁଷ ବିବାହ କରିପାରିବେ ନାହିଁ କିନ୍ତୁ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ପୁରୁଷ ମାନେ ମହିଳାଙ୍କ ସହମତି କ୍ରମେ ଲିଭ୍-ଇନ୍ ରେ ରହିପାରିବେ ।

ତେବେ ହାଇକୋର୍ଟ ଏହି ନିଷ୍ପତ୍ତିକୁ, ୨୦୧୮ ମସିହା ମେ ମାସରେ ସୁପ୍ରିମକୋର୍ଟ ଶୁଣାଇଥିବା ଏକ ନିଷ୍ପତ୍ତି ଆଧାରରେ ଶୁଣାଇଛନ୍ତି । ଯେଉଁଥିରେ କୁହାଯାଇଥିଲା ଯେ, ଯେକୌଣସି ଯୁବକ-ଯୁବତୀ ବିନା ବିବାହରେ ମଧ୍ୟ ଏକାସହିତ ରହିପାରିବେ ।

ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ରହୁଥିବା ଗୋଟିଏ ଯୋଡ଼ା ଯୁବକ-ଯୁବତୀଙ୍କ ଆବେଦନରେ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଲିଭ୍-ଇନ୍ ରିଲେସନସିପ୍ ରେ ରହୁଥିବା ଏହି କପଲ୍ ଆବେଦନ ଜରିଆରେ ସୁରକ୍ଷା ମାଗିଥିଲେ । ଏହି ଦୁଇଜଣଙ୍କ ବୟସ ୧୮ ବର୍ଷରୁ ଅଧିକ । ଏଥିରେ ଯୁବକଙ୍କ ବୟସ ୧୮ ବର୍ଷ, କିନ୍ତୁ ହିନ୍ଦୁ ବିବାହ ଧାରା ଅନୁସାରେ ୨୧ ବର୍ଷ ପୂର୍ବରୁ ସେମାନେ ବିବାହ କରିପାରିବେ ନାହିଁ ।

Related Posts