୨୫ ମାର୍ଚ୍ଚରେ ପ୍ରକ୍ଷାଳୟକୁ ଆସିବ ‘ଭୁଲ ଭୁଲେୟା ୨’: ରିଲିଜ ତାରିଖରେ ହେବନି ପରିବର୍ତନ

ବହୁ କଳ୍ପନା ଜଳ୍ପନାରେ ଘଟିଲା ଅନ୍ତ | ୨୫ ମାର୍ଚ୍ଚ ୨୦୨୨ରେ ରିଲିଜ ହେବ ଭୁଲ ଭୁଲେୟା ୨ | ତେବେ ପୂର୍ବରୁ ମେକର୍ସ ସ୍ଥିର କରିଥିବା ବେଳେ, କିନ୍ତୁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରିଲିଜ ତାରିଖ ଘୁଞ୍ଚିବ ବୋଲି ଆଶଙ୍କା କରାଯାଉଥିବା ବେଳେ, ସବୁ ଆଶଙ୍କାରେ ପୁର୍ନେଛେଦ ପଡିଛି | ରିଲିଜ ଡେଟକୁ ସ୍ଥଗିତ କରାଯିବ ନାହିଁ କି ଘୁଞ୍ଚାଇ ଦିଆଯିବ ନାହିଁ ବୋଲି ମେକର୍ସ ସୁନିଶ୍ଚିନ୍ତ କରିଛନ୍ତି | ଫିଲ୍ମ କ୍ରିଟିକ ଓ ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଅର୍ଥାତ୍ ଏହା ରିଲଜ୍ ହେବ ।

କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନିସବାଜମି ଓ ପ୍ରଯୋଜନା କରିଛନ୍ତି ଭୁଷଣ କୁମାର ଓ ମୁରଦ ଖେଟାନି । ‘ଭୁଲ ଭୁଲେୟା ୨’ ହେଉଛି କମିକ ସୁପର ନ୍ୟାଚୁରାଲ ଥ୍ରିଲର ଡ୍ରାମା ଫିଲ୍ମ ଭୁଲ ଭୁଲେୟାର ସିକ୍ୱିଏଲ । ପ୍ରଥମ ଭାଗଟି ମାଲୟାଲାମ ବ୍ଲକ ବୁଷ୍ଟର ଫିଲ୍ମ ‘ମଣିଚିତ୍ରଥାଜୁ’ର ରିମେକ । ଯେଉଁଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ ବିଦ୍ୟା ବଲାନ, ସିନେ ଆହୁଜା ଓ ଅମିଶା ପଟେଲ । ଏଥର ଏହାର ସିକ୍ୱିଏଲରେ ରହିଛନ୍ତି କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନି । ରାଜପାଲ ଯାଦବଙ୍କୁ ଏଥିରେ ଛୋଟ ପଣ୍ଡିତ ଭୂମିକାରେ ଦେଖିବାକୁ ମିଳିବ |

Related Posts