ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ରାଜ୍ୟ ରାଜନୀତିରେ ୨୪ ବର୍ଷ ଧରି ସେ ଥିଲେ ଓଡ଼ିଶାବାସୀଙ୍କ ମେରୁଦଣ୍ଡ। ଶ୍ରଦ୍ଧା ଓ ସମ୍ମାନର ଏ ନାୟକ ହେଉଛନ୍ତି ନବୀନ ପଟ୍ଟନାୟକ। ସେ ନାୟକ ନୁହନ୍ତି, ଓଡ଼ିଶାବାସୀଙ୍କ ପାଇଁ ମହାନାୟକ। ଆଜି ନବୀନଙ୍କ ୮୦ତମ ଜନ୍ମ ଦିନରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
ସେବା ତାଙ୍କର ସମ୍ବଳ। ଲୋକପ୍ରିୟତା ବଡ଼ ପୁଞ୍ଜି । ତାଙ୍କୁ ଘାରିନି କ୍ଷମତା ଲୋଭ। ଭିଡ଼ ତାଙ୍କୁ ଅନୁସରଣ କରେ । ଭଲ ପାଇବା ଆପେ ଆପେ ଆସେ । ଚବିଶ ବର୍ଷ ଶାସନ କାଳରେ କେବେ ସେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ସେବକ ହୋଇ କାର୍ଯ୍ୟ କରିଛନ୍ତି । ଆଉ ଶାସନଗାଦି ଛାଡ଼ିବା ପରେ ବି ତାଙ୍କ ଲୋକପ୍ରିୟତା ସେହିଭଳି ଅକ୍ଷୂର୍ଣ୍ଣ ରହିଛି । ମୁଖ୍ୟମନ୍ତ୍ରୀ ନାହାନ୍ତି ସତ ହେଲେ ଲୋକଙ୍କ ମନରେ ଏବେ ବି ଅଛନ୍ତି। ଦଳ, ମତ ନିର୍ବିଶେଷରେ ତାଙ୍କ ପ୍ରତି ସମସ୍ତଙ୍କର ଅଜସ୍ର ଭଲପାଇବା ଓ ଶ୍ରଦ୍ଧା।
