ଆଜି ଭ୍ୟାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ

ଆଜି ଭ୍ୟାଲେଣ୍ଟାଇନ୍ସ ସପ୍ତାହ ର ଶେଷ ଦିନ ଅର୍ଥାତ୍ ଭ୍ୟାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ । ଆଜିର ଦିନକୁ ପ୍ରେମୀ ଯୁଗଳ ବେଶ୍ ଖୁସିର ସହ ପାଳନ କରୁଛନ୍ତି । ପାର୍କ ଠୁ ନେଇ ରେଷ୍ଟୁରାଣ୍ଟ ଓ ସିନେମା ହଲ ଆଜି ସବୁଠି ପ୍ରେମୀ ଯୁଗଳଙ୍କ ଭିଡ ।

ନିକଟରେ ପୁରା ଭ୍ୟାଲେଣ୍ଟାଇନ୍ ସପ୍ତାହ ଶେଷ ହୋଇଛି । ରୋଜ୍ ଡେ ଠାରୁ ଆରମ୍ଭ କରି କିସ୍ ଡେ ସବୁ ତଥାକଥିତ ପରମ୍ପରା ପାଳନ ହେବା ପରେ ଆଜି ଆସିଛି ଭ୍ୟାଲେଣ୍ଟାଇନ୍ସ ଡେ । ଯାହାକୁ ନେଇ ପ୍ରେମୀ ଯୁଗଳଙ୍କ ମନରେ ଉତ୍ସାହ କହିଲେ ନସରେ । ତେବେ କରୋନା ପୂର୍ବର ଭ୍ୟାଲେଣ୍ଟାଇନ୍ସ ଡେ ଆଉ ଆଜିର ଭ୍ୟାଲେଣ୍ଟାଇନ୍ସ ଡେ ଭିତରେ ଅନେକ ଫରକ୍ ରହିଛି । କରୋନା ସମୟରେ ସବୁ କିଛି ବନ୍ଦ ରହିଥିଲା ନିଜ ମନର ମଣିଷ ପାଖରେ ପହଞ୍ଚିବାର ଏକ ମାତ୍ର ଉପାୟ ଥିଲା ସୋସିଆଲ ମିଡିଆ ଯାହା ଏବେ ଆଜି ବି ବଡ଼ ମାଧ୍ୟମ ହୋଇ ରହିଛି । ଖାଲି ପ୍ରେମୀ ଯୁଗଳ ନୁହନ୍ତି ବିବାହିତ ଯୋଡ଼ି ମଧ୍ଯ ଆଜିର ଦିନ କୁ ବେଶ୍ ଉତ୍ସାହ ର ସହ ପାଳନ କରୁଛନ୍ତି ।

Related Posts