ରାଜ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୪ କରୋନା ଆକ୍ରାନ୍ତ ଚିହ୍ନଟ, ୬୬ ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି । କେତେବେଳେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଯାଉଛି ତ ପୁଣି କେତେବେଳେ ହଜାରେ ତଳକୁ ଖସି ଆସୁଛି । ପୂର୍ବରୁ ଦୀର୍ଘ ୪ ମାସ ପରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିଥିଲା । ଏବେ ୬ ଦିନ ଲଗାତର ହଜାରେ ଉପରେ ରହିବା ପରେ ଆଜି ୮୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୭ ଓ ସ୍ଥାନୀୟ ଅଞ୍ଚଳରୁ ୩୬୧ ଜଣ ଚିହ୍ନଟ ହୋଇଛନ୍ତି । ଏପଟେ ପୁଣି ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୫୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହି ସମୟ ମଧ୍ୟରେ ରାଜ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରୁ ୨୬, ବାଲେଶ୍ୱର ୫୨, ବରଗଡ ୧୩, ଭଦ୍ରକ ୧୯, ବଲାଙ୍ଗିର ୮, ବଉଦ ୧ ଓ କଟକରୁ ୧୫୪ ଜଣ , ଦେବଗଡରୁ ୬, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୩, ଜଗତସିଂହପୁର ୨୩, ଯାଜପୁର ୪୫, ଝାରସୁଗୁଡା ୬, କଳାହାଣ୍ଡି ୨, କନ୍ଧମାଳରୁ ୧୨ ଚିହ୍ନଟ , କେନ୍ଦ୍ରାପଡାରୁ ୨୬, କେନ୍ଦୁଝର ୧୦, ଖୋର୍ଦ୍ଧାରୁ ୨୫୬, ମାଲକାନଗିରି ୬ , ମୟୁରଭଞ୍ଜରୁ ୨୮ , ନୟାଗଡରୁ ୬, ପୁରୀ ୨୧, ରାୟଗଡା ୨, ସମ୍ବଲପୁର ୩୯, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି।

୬୬ ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୧୨ଜଣ, କଟକରୁ ୮ଜଣ, ଅନୁଗୁଳରୁ ୭ଜଣ , ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଥିବା ବେଳେ ବରଗଡ଼, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ଲେଖାଁଏ ରହିଛନ୍ତି । ସେହିପରି ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର, ଦେଓଗଡ଼, ଯାଜପୁର, ଝାରସୁଗୁଡ଼ା, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୫୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ । ଏଥି ମଧ୍ୟରୁ ୧୦୧୮୭ଟି ଆକ୍ଟିଭ୍‌ କେସ୍‌ ରହିଛି ଏବଂ ୯୭୮୨୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୭୦୮୮୫୧୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related Posts