କଂଗ୍ରେସକୁ ଆଉ ଏକ ଝଟକା : ଦଳ ଛାଡ଼ିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆସାମ ବିଧାନସଭା ନିର୍ବାଚନ ପରାଜୟ ପରେ କଂଗ୍ରେସ ଆଉ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସର ପୂର୍ବତନ ସାଂସଦ ସୁସ୍ମିତା ଦେବ ଦଳ ଛାଡିଛନ୍ତି। ଏ ନେଇ ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି। ନିକଟରେ ହୋଇଥିବା ଆସାମ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବିଜେପିକୁ ପରାସ୍ତ କରିବା ପାଇଁ ଏକ ମହାଗଠବନ୍ଧନ କରି ନିର୍ବାଚନ ଲଢିଥିଲା, କିନ୍ତୁ ଦଳ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରି ପୁନର୍ବାର କ୍ଷମତାକୁ ଆସିବାରେ ବିଫଳ ହୋଇଥିଲା ।  ସୁସ୍ମିତା ଦେବ ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ଥିଲେ। ରିପୋର୍ଟ ଅନୁଯାୟୀ, ସେ ପାର୍ଟି ସହ ଜଡିତ ହ୍ବାଟସ୍ ଆପ୍ ଗ୍ରୁପ୍ ମଧ୍ୟ ଛାଡିଦେଇଛନ୍ତି।

 ଏହାପୂର୍ବରୁ ସୋମବାର ସକାଳେ ସୁସ୍ମିତା ଦେବ ତାଙ୍କ ଟ୍ୱିଟର ଆକାଉଣ୍ଟର ପ୍ରୋଫାଇଲକୁ କଂଗ୍ରେସର ପୂର୍ବତନ ସଦସ୍ୟ ଭାବରେ ବଦଳାଇ ଦେଇଛନ୍ତି। ଏହି କାରଣରୁ ତାଙ୍କୁ ଦଳ ଛାଡିବାର କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। ସୂଚନା ଥାଉକି ଦିଲ୍ଲୀର 9 ବର୍ଷର ନାବାଳିକା ବଳାତ୍କାର ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ ପାଇଁ ଯେଉଁ କଂଗ୍ରେସ ନେତାମାନଙ୍କ ଟୁଇଟର ଆକାଉଣ୍ଟକୁ ନିଲମ୍ବିତ କରାଯାଇଥିଲା ସେଥି ମଧ୍ୟରେ ସୁସ୍ମିତା ଦେବ ମଧ୍ୟ ଥିଲେ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୀଡିତାଙ୍କ ପରିବାରର ଫଟୋ ଟୁଇଟରରେ ପୋଷ୍ଟ କରିଥିଲେ, ଏହା ପରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ସେହି ଭଳି ଭାବେ ପୋଷ୍ଟ କରିଥିଲେ।  ଯେତେବେଳେ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ଲକ୍ କରାଯାଇଥିଲା, ସେତେବେଳେ ସମସ୍ତ କଂଗ୍ରେସ ନେତା ମାନେ ତାଙ୍କ ଟୁଇଟର ପ୍ରୋଫାଇଲରେ ରାହୁଲ ଗାନ୍ଧୀଙ୍କ ଫଟୋ ରଖିଥିଲେ। 

ସୁଷ୍ମିତା ଦେବଙ୍କୁ କଂଗ୍ରେସର ଜଣେ ଯୁବ ତଥା ଚମତ୍କାରୀ ନେତା ଭାବରେ ବିବେଚନା କରାଯାଏ। ସେ ସିଲଚର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ସାନ୍ତୋଶ ମୋହନ ଦେବଙ୍କ ଝିଅ ହେଉଛନ୍ତି ସୁସ୍ମିତା ଦେବ। ତାଙ୍କ ମାତା ବିଥିକା ଦେବ ଆସାମର ସିଲଚର ବିଧାନସଭା ଆସନରୁ ବିଧାୟକ।  ଦିଲ୍ଲୀର ମିରାଣ୍ଡା ହାଉସରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ସୁଷ୍ମିତା ଦେବ ଲଣ୍ଡନର ପ୍ରତିଷ୍ଠିତ କିଙ୍ଗ୍ସ କଲେଜରେ ଅଧ୍ୟୟନ କରିଛନ୍ତି।

Related Posts