ଚିନ୍ତା ବଢାଉଛି “କରୋନା”

କରୋନା ଭୁତାଣୁକୁ ନେଇ ସାରା ବିଶ୍ବ ଚିନ୍ତିତ । ପଡୋଶୀ ଚିନରେ ଦେଖା ଦେଇଥିବା ଏହି ଭୁତାଣୁର ପ୍ରଭାବରେ ଏବେ ସୁଦ୍ଧା ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । କରୋନା ଭୁତାଣୁକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବା ବେଳେ ପଡୋଶୀ ରାଷ୍ଟ୍ର ଭାରତ ସର୍ବାଧିକ ଚିନ୍ତିତ ଅଛି । ଯଦିଓ ଏଯାଏ କୌଣସି କରୋନା ଭୁତାଣୁ ଭାରତରେ ଚିହ୍ନଟ ହୋଇନାହିଁ ତଥାପି ଏହାକୁ ନେଇ ଦେଶବ୍ୟାପୀ ସଚେତନତା ଆରମ୍ଭ ହୋଇଯାଇଛି ।

ଓଡିଶାରେ ମଧ୍ୟ ପ୍ରଭାବ ପଡିଛି କରୋନା ଭୁତାଣୁର । ରାଜ୍ୟର ସମସ୍ତ ବିମାନବନ୍ଦର ସହ ପାରାଦୀପରେ ଓ୍ବାର୍ଣିଂ ଦିଆଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କୁ ଚେକିଂ କରାଯାଇ ଛଡାଯାଉଛି । ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ କରୋନା ଭୁତାଣୁକୁ ନେଇ ସ୍ବତନ୍ତ୍ର ଓ୍ବାର୍ଡ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଚତନତାର ବାର୍ତ୍ତା ଦେବାକୁ ଯାଇ ରାଜ୍ୟ ସରକାର କିପରି ଏହି କରୋନା ଭୁତାଣୁରୁ ରକ୍ଷା ମିଳିବ ସେଥିପାଇଁ ଆରମ୍ଭ କରିଛନ୍ତି ତ୍ବରିତ କାର୍ଯ୍ୟାନୁଷ୍ଠାନ ।

Related Posts