ବିଧାୟକଙ୍କ ମଣିଷପଣିଆ !

କିଏ କହିଲା ମଣିଷପଣିଆ ମରିଯାଇଛି ? ଏକଥାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ବଡସାହିର ମାନ୍ୟଵର ବିଧାୟକ ସନାତନ ବିଜୁଳି । ପ୍ରଥମେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକାର ହୋଇଥିବା ଆହତଙ୍କୁ କାହାକୁ ଅପେକ୍ଷା ନକରି ନିଜ ଗାଡିରେ ଡାକ୍ତରଖାନା ନେବା ଦୃଶ୍ୟ ସମସ୍ତଙ୍କୁ ତାଜୁବ୍ କରିଦେଇଛି ।

ରାଜନୈତିକ ନେତା ମାନଙ୍କର ଦୃତ ପରିବର୍ତ୍ତନଶୀଳ ଚରିତ୍ରକୁ ଅନୁଧ୍ୟାନ କଲେ ଦେଖାଯାଏ ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଇକି ଯିବାତ ଦୁରର କଥା ଆଶ୍ବାସନା ଦେବାକୁ ମଧ୍ୟ ପହଞ୍ଚ ନାହାନ୍ତି । ଏପରି ସମୟରେ ଜଣେ ବିଧାୟକ ନିଜ ଗାଡିରେ ଆହତଙ୍କୁ ଡାକ୍ତରଖାନା ନେବା ଘଟଣା ମୟୁରଭଞ୍ଜ ସହ ସାରା ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟିଛି । ବିଜୁଳିଙ୍କ ସମୟୋଚିତ ସାହାଯ୍ୟ ପାଇଁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ୪ଜଣ ବଞ୍ଚି ଯାଇଥିବାରୁ ବିଭିନ୍ନ ଆଡୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚାଇବାର ଲାଗିଛି ।

Related Posts